ମାଙ୍କଡଙ୍କ ପାଇଁ ରାସ୍ତାରୋକ !
30/05/2018 at 5:47 AM

ମାଙ୍କଡଙ୍କ ପାଇଁ ରାସ୍ତାରୋକ । ପ୍ରଶାସନର ନୀରବଦ୍ରଷ୍ଟା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଲୋକ । ସାଲେପୁର ମଧ୍ୟକଛ ପଞ୍ଚାୟତର ବାରବୋଡିଆ ଗାଁରେ ଗତ କିଛି ଦିନ ହେଲା ମାଙ୍କଡ ଆତଙ୍କ ଦେଖିବାକୁ ମିଳିଛି । ମାଙ୍କଡ ପ୍ରତି ଦିନି ଜଣେ ଦି ଜଣଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରୁଛି । ଆଜି ଦୁଇ ଜଣ ମାଙ୍କଡ କାମୁଡାରେ ଆହତ ହୋଇଛନ୍ତି । କିଛି ଦିନ ମଧ୍ୟରେ ୪୦ ରୁ ଅଧିକ ଲୋକ ଆହତ ହେଲେଣି । ଏନେଇ କଟକ ଜିଲ୍ଲାପାଳ ଓ ସାଲେପୁର ତହସିଲଦାରଙ୍କୁ ଜଣାଇଛନ୍ତି ଗ୍ରାମବାସୀ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବାରବୋଡିଆ ଗ୍ରାମବାସୀ ନୃସିଂହ ବଜାରରେ କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି । ପାଗଳ ମାଙ୍କଡକୁ ନଧରିବା ଯାଏ ରାସ୍ତା ଅବରୋଧ ହଟିବନି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023