ଗୁଣିଆ ସନ୍ଦେହରେ ମରଣାନ୍ତକ ଆକ୍ରମଣ: ଦୁଇ ଆହତ, ପୋଲିସ ମାରୁଛି ପଇଁନ୍ତରା

Published By : Prameya-News7 Bureau | October 27, 2022 IST

ସାନଖେମୁଣ୍ଡି ୨୭/୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଦୁଇ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତ ଲାଗି ରହିଛି ।

ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିବା ସହ ୯ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.