ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ସ୍କୁଟି, ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | October 22, 2022 IST

ପାଟଣା, ୨୨/୧୦: ଜାତୀୟ ରାଜପଥ ୪୯ର ଚିଲିଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଏକ ସ୍କୁଟି ଖସିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ଜୀବନ ଚାଲିଯାଇଛି । ଅନ୍ୟପଟେ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତୀ କରାଯାଇଛି । ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରିନଥିବା ବେଳେ ସ୍କୁଟି ଯୋଗେ କେନ୍ଦୁଝରରୁ ତୁରୁମୁଙ୍ଗା ଆଡ଼କୁ ୩ ସାଙ୍ଗ ଆସୁଥିବା ବେଳେ ଏପରି ଅଘଟଣ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.