ଛାତ କାମ ଚାଲିଥିବାବେଳେ ମାରିଲା କରେଣ୍ଟ, ୨ ଗୁରୁତର ଶ୍ରମିକ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 10, 2024 IST

କାମାକ୍ଷାନଗର ୧୦/୬: ଛାତ ଉପରେ ରଡ୍‌ ବାନ୍ଧୁଥିଲେ । କରେଣ୍ଟ ଲାଗି ୨ ଗୁରୁତର । କାମାକ୍ଷାନଗର ଆଲୁଅଝରଣ ଗାଁରେ ନାରାୟଣ ସାହୁଙ୍କ ଘରେ ଛାତ କାମ ଚାଲିଥିଲା । ହରିଜନ ସାହିର ଜଗା ମଲିକ ଓ ବାବୁଲି ମଲିକ ଉଭୟ ଘରର ଛାତ ପକାଇବା ପାଇଁ ରଡ ବାନ୍ଧୁଥିଲେ । ଏହି ସମୟରେ 11 KV ତାର ରଡକୁ ଲାଗିଯାଇଥିଲା । ଜଗା ଓ ବାବୁଲି ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ଛାତରେ ପଡିରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସରେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ଜଗା ଓ ବାବୁଲି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କେହି ଚିକିତ୍ସା ପାଇଁ ଆସିନଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

You Can Read:

ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା, ୪୦ ଲକ୍ଷର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.