ବାରାହା ଆକ୍ରମଣରେ ୨ ଗୁରୁତର…
24/02/2020 at 6:46 PM

କେନ୍ଦ୍ରାପଡା, ୨୪|୦୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଖରିନାସୀ ପଞ୍ଚାୟତରେ ବାରାହା ଆତଙ୍କ ଦେଖାଦେଇଛି। ଧାନ ଜମିକୁ ଯାଇଥିବା ବେଳେ ୨ଜଣ ହାରହା ପଲ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି।
ସୂଚନାନୁସାରେ, ଆଜି ପଞ୍ଚାୟତର ହରିଆବାଙ୍କ ଗ୍ରାମର ପଶୁପତି ଜେନା ଓ ମଦନ ଆଚାର୍ଯ୍ୟ ବାଡିକୁ ଧାନ ବିଲ ଦେଖିବାକୁ ଯାଇଥିଲେ। ସେହି ସମୟରେ ସେମାନେ ବାରାହା ପଲ ହାବୁଡରେ ପଡିଯାଇଥିଲେ। ୨ଜଣଙ୍କୁ ବାରହା ପଲ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରିଥିଲେ।
ତେବେ ଏହି ଘଟଣା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ବିଭାଗ ତୁରନ୍ତ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେମାନେ ଦାବି କରିଛନ୍ତି।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023