LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆମେରିକା ସେନାର ୨ ବ୍ଲାକ୍‌ ହକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପ୍ରାଣ ହରାଇଲେ ୯ ଯବାନ

30/03/2023 at 10:05 PM

ନୂଆଦିଲ୍ଲୀ, ୩୦/୦୩: ଆମେରିକା ସେନାର ୨ ହେଲିକପ୍ଟର କ୍ରାଶ୍‌ ହୋଇଛି। ଏହି ଦୁର୍ଘଟଣାରେ ୯ ଜବାନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି। ଏହି ଦୁର୍ଘଟଣା କେଁଟକୀରେ ହୋଇଛି। ଟ୍ରେନିଂ ମିଶନ ସମୟରେ ଏହି ଘଟଣା ଘଟିଛି। ୧୦୧ ଏୟାରବର୍ଣ୍ଣ ଡିଭିଜନ ଟ୍ବିଟ୍‌ କରି ଘଟଣା ସ୍ପଷ୍ଟ କରିଛି। ତେବେ ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା କରାଯାଉଛି। ଏହା ସହ ଯବାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଥିବା ନେଇ କହିଛି ଡିଭିଜନ।

ଆମେରିକା ସମୟ ଅନୁସାରେ, ବୁଧବାର ରାତି ୧୦ ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ତୁରନ୍ତ ଦୁର୍ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚିଥିଲା। ଦୁର୍ଘଟଣା କେଁଣ୍ଟକୀର ଟ୍ରିଗ୍‌ କାଉଣ୍ଟିରେ ହୋଇଥିଲା। ଦୁଇ ହେଲିକପ୍ଟର ଫୋର୍ଟ କ୍ୟାମ୍ପବେଲ୍‌ ଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ହୋଇଛି। ଫୋର୍ଟ କ୍ୟାମ୍ପବେଲ୍‌ ଟେନେସୀ ସୀମା ନିକଟରେ ରହିଛି।

   Related Posts