scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଅସନ୍ତୋଷ ହେଲେ ପରିବାର ଲୋକେ, ଆତ୍ମହତ୍ୟା କରିଦେଲେ ଯୁକ୍ତ ୨ ଛାତ୍ରୀ

9/08/2022 at 5:27 PM

ଚଣ୍ଡିଖୋଲ, ୦୯/୦୮: ଯୁକ୍ତ ୨ କଳା ପରୀକ୍ଷାରେ କମ୍‌ ମାର୍କ ରହିଥିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଧର୍ମଶାଳା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ ଭାତୃପଶି ଗ୍ରାମରେ । ମୃତ ଛାତ୍ରୀ ହେଲେ ଭାତୃପଶି ଗ୍ରାମର ସୁବାଷ ବରାଳଙ୍କ ଝିଅ ସମୀକ୍ଷା ବରାଳ। ସମୀକ୍ଷା ଆଜି ସକାଳେ ନିଜ ଘର ଭିତରେ ଫ୍ୟାନରେ ଝୁଲି ପଡିଥିବା ଦେଖି ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୃତ ଛାତ୍ରୀ ୨୯୦ମାର୍କ ରଖି ପାସ କରିଥିଲେ । ତେବେ କମ ମାର୍କ ରଖିଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାକୁ ନେଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି ।

   Related Posts