ରାଉରକେଲାରେ ୧୦ ଦିନ ଭିତରେ ଦୁଇ ଦୁଇଟି ଗଣଦୁଷ୍କର୍ମ
11/08/2018 at 3:51 PM

ରାଉରକେଲା ୧୧/ ୮ :- ରାଉରକେଲାରେ ୧୦ ଦିନ ଭିତରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା । ଦୁଇଟିଯାକ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । କିନ୍ତୁ ଏବେ ଯାଏଁ ଅନ୍ୟ ଦୁଇ ଜଣ ଫେରାର । ସେମାନଙ୍କୁ ଧରିବାଲାଗି ପୋଲିସ ତନାଘନା ଜାରି ରହିଛି । ତେବେ ଏପରି ଘଟଣା କେବଳ ଲଜ୍ଜା ଜନକ ନୁହେଁ ସଭ୍ୟ ସମାଜରେ ନାରୀ ସୁରକ୍ଷା ନେଇ ଛିଡା କରିଛି ଅନେକ ପ୍ରଶ୍ନ| ଇସ୍ପାତ ନଗରୀରେ ପୁଣି ଲଜ୍ଜା । ଅସୁରକ୍ଷିତ ନାରୀ । ଦଶ ଦିନରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ ଅଭିଯୋଗ ଆଲୋଡନ ସୃଷ୍ଟି କରିଛି । ଗତ ୨୮ ତାରିଖରେ ସେକ୍ଟର-୨୦ ଅଚଂଳରୁ ଜଣେ ଯୁବତୀଙ୍କୁ ଅପହରଣ ଓ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । । ଯୁବତୀ ଜଣକ ହୋଟେଲରେ କାମ ସାରି ରାତି ସାଢେ ୯ଟାରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରିନେଇଥିଲେ ଦୁଇ ଜଣ ଅଟୋ ଚାଳକ । ତାଙ୍କୁ ପ୍ଲାଂଟ ସାଇଟ ଥାନା ଅନ୍ତର୍ଗତ ଦୁର୍ଗାପୁର ପାହାଡ଼ ଅଚଂଳର ଏକଘରେ ବଳପୂର୍ବକ ଦୁଇ ଦିନ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩୦ ତାରିଖରେ ଯୁବତୀ ଜଣକ ସେଠାରୁ ଖସିଆସିବା ପରେ ତାଙ୍କ ପରିବାର ପକ୍ଷରୁ ପ୍ଲାଣ୍ଟସାଇଟ ଥାନାରେ କରାଯାଇଥିଲା ଅଭିଯୋଗ । ଗତ କାଲି ଦୁଇ ଅଟୋ ଚାଳକ ମନିଷ ପ୍ରସାଦ ଏବଂ ରାଉଲ ପ୍ରସାଦ ସୋନୀକୁ ଗିରଫ କରିଛି ପୋଲସ ।