ଗାଧୋଇବାକୁ ଯାଇ ଆଉ ଫେରିଲେନି ୨ ସାଙ୍ଗ: ଜଣଙ୍କ ଘର କେନ୍ଦ୍ରାପଡାରେ ଅନ୍ୟ ଜଣଙ୍କ ଘର ମହାରାଷ୍ଟ୍ରରେ
28/09/2020 at 9:16 PM

କେନ୍ଦ୍ରପଡା୨୮/୯: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମଧୁଶାସନ ପଞ୍ଚାୟତର ଚାଟରା ଗାଁ ନିକଟ ଚିତ୍ରୋତ୍ପଳା ନଦୀରେ ଗାଧୋଇବା ସମୟରେ ନଦୀରେ ଭାସିଯାଇ ୨ ଯୁବକ ନିଖୋଜ। ଦୁଇଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ। ନିଖୋଜ ଯୁବକ ହେଲେ ପାଟକୁରା ଥାନା ଚାଟରା ଗ୍ରାମର ଏସ୍ କେ ସବୁଲ୍ ଅଲି ଓ ମହାରାଷ୍ଟ୍ର ଅଞ୍ଚଳର ଅଭିଶେକ୍। ଏସ୍ କେ ସବୁଲ ଅଲି ମହାରାଷ୍ଟ୍ରରେ ରହି ଏକ ଗ୍ୟାରେଜରେ କାମ କରୁଥିଲେ। ମହାମାରୀ କରୋନା ପାଇଁ ଲକଡାଉନ୍ ହୋଇଯିବାରୁ ଏସ୍ କେ ସବୁଲ୍ ଅଲି ଓ ତାଙ୍କ ସାଙ୍ଗ ଅଭିଶେକ୍ ମହାରାଷ୍ଟ୍ରରୁ ଘରକୁ ଆସିଥିଲେ। ଦୁହେଁ ପାଟକୁରା ଥାନା ଚାଟରା ଗ୍ରାମରେ ଏସ୍ କେ ସବୁଲ୍ ଅଲିଙ୍କ ଘରେ ରହୁଥିଲେ। ଦୁଇଜଣ ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଉଭୟ ନଦୀ ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଟଣା ସ୍ଥଳରେ ବହୁତ ଖୋଜିବା ପରେ ଦୁଇଜଣଙ୍କ ପତ୍ତା ମିଳୁ ନାହିଁ।