oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ପୋଖରୀ ବନ୍ଧ ସଫାକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୧୦ ଗୁରୁତର

9/01/2022 at 9:33 PM

ବାଲିପାଟଣା, ୦୯ ।୦୧: ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ପୋଖରୀ ବନ୍ଧ ସଫା କରିବାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ । ଦୁଇ ପରିବାର ମଧ୍ୟରେ ମାରପିଟରେ ୧୦ ଜଣ ଗୁରୁତର ହୋଇଛନ୍ତି । ୬ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ ଗୁରୁତର ଆହତଙ୍କୁ ବାଲିପାଟଣା ଗୋଷ୍‌ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ରବିବାର ସକାଳ ସମୟରେ ଆଇତଳଙ୍ଗ ଗ୍ରାମର ଏକ ନିଲାମ ପୋଖରୀର ବନ୍ଧକୁ ରବିବାର ସକାଳେ ନିଲାମ ନେଇଥିବା ବ୍ୟକ୍ତି ସଫା କରିଥିଲେ । ବନ୍ଧରେ ଥିବା କଦଳୀ ଗଛକୁ ହଣାଯାଇ ସଫା କରାଯାଇଥିଲା । ମାତ୍ର କଦଳୀ ଗଛ ଲଗାଇଥିବା ମହାନ୍ତି ପରିବାର ଏହାକୁ  ବିରୋଧ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ପୁନର୍ବାର ସଂଧ୍ୟ୍ୟାରେ ଏହି ଘଟଣାକୁ କେନ୍ଦ୍ର କରି ପୂର୍ଣ୍ଣଚନ୍‌ଦ୍ର ଜେନାଙ୍କ ପରିବାର ଏବଂ ବଳରାମ ମହାନ୍ତିଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପରେ ଏହା ଉଗ୍ରରୂପ ଧାରଣ କରିବା ସହ ଉଭୟଙ୍କ ମଧ୍ୟରେ ଠେଙ୍ଗା, ଶାବଳ ଦ୍ୱାରା ମାରପିଟ୍ ହୋଇଛି । ଏହି ଗଣ୍ଡଗୋଳରେ ଜଣେ ନାବାଳକ ସହ ଉଭୟ ପକ୍ଷର ୧୦ ଜଣ ଗୁରୁତର ଭାବେ ଆହାତ ହେବା ସହ ୬ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଉଛନ୍ତି କୌଳାସ ମହାନ୍ତି, ବଳରାମ ମହାନ୍ତି, ଧନର୍ଜୟ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି, କବିତା ମହାନ୍ତି, ମନୁ ମହାନ୍ତି ଏବଂ ପରୋକ୍ଷ ପକ୍ଷର ବଂଶୀଧର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ସଂଜୁଲତା ଜେନା, ସୁରଜ ଜେନା । ଏମାନଙ୍କ ମଧ୍ୟରେ  କୌଳାସ ମହାନ୍ତି, ବଳରାମ ମହାନ୍ତି । ତେବେ ଏଥିରେ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏନେଇ ବାଲିପାଟଣା ପୋଲିସ୍ ଘଟଣାର ତଦନ୍ତ କରୁଛି ।

   Related Posts