oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଶହିଦନଗର ଥାନାରେ ପଶି ଛିନଛତ୍ର କରିଥିବା ଅଭିଯୁକ୍ତଙ୍କୁ ଧରିପାରୁନି କମିଶନରେଟ ପୋଲିସ, ସେପଟେ ରେଂଗାଲି ପୋଲିସ ଆଦିବାସୀ ମହିଳାଙ୍କୁ ପିଟିବା ଭିଡିଓ ହେଉଛି ଭାଇରାଲ

5/03/2019 at 6:32 PM

ଭୁବନେଶ୍ବର୫|୩ (ଦୁଷ୍ମନ୍ତ ବେହେରା, ନୀଳାଚଳ ମହାପାତ୍ର ): ଏଠି ଥାନାରେ କ’ଣ ଚାଲିଛି ? ଯେତେବେଳେ ଗଲା ଦିନେ ଦୁଇଦନ ଭିତରେ ଖୋଦ୍‌ ରାଜଧାନୀ ଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ସବୁଠି ଥାନାରେ ଏମିତି ସବୁ ଚିତ୍ର ଦେଖିବାକୁ ମିଳୁଛି ଯାହା ସାଧାରଣରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯୋଉଠି ପୋଲିସ ପିପୁଲ୍‌ସ୍‌ ଫ୍ରେଣ୍ଡଲିର ସ୍ଲୋଗାନ୍‌ ଦେଇ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି ସେଠି ପୁଣି ଏମିତିସବୁ ଘଟଣାକୁ ନେଇ ସଂଦେହ ଆସିବା ସ୍ବାଭାବିକ୍‌ ।

ରବିବାର ରାତିରେ ଭୁବନେଶ୍ବର ସହିଦ ନଗର ଥାନାରେ ପଶି ୮ରୁ ୧୦ ଜଣ ଦୁର୍ବୃତ୍ତ ପୋଲିସକୁ ବାଡ଼େଇଲେ । ଫୁଲକୁଣ୍ଡ, ଚେୟାର ଟେବୁଲ, ଟିଭ ସବୁ କିଛି ଚୁରମାର କରିଦେଲେ । ପୋଲିସ ଉପରକୁ ଆଖିବୁଜା ଢ଼େଲାପଥର ମାଡ଼ କଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଏସଆଇ ଅଭୟ ରାଉତ, ଏଏସଆଇ ଏମସିଏଚ୍‌ ମୁର୍ମୁଙ୍କ ମୁଣ୍ଡ ଫାଟିଲା । ଆଇଆଇସି ବିରଞ୍ଜି ପତିଙ୍କ ସମେତ ୫ରୁ ଅଧିକ ପୋଲିସ କର୍ମୀ ଆହତ ହେଲେ । ଖୋଦ୍‌ ରାଜଧାନୀର ଛାତି ଉପରେ, ପୁଣି ଡିସିପି ଅଫିସ ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ସହିଦ ନଗର ଥାନାରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ୨୪ଘଣ୍ଟା ପରେ ବି ପୋଲିସ କାହାରିକୁ ଗିରଫ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ପୋଲିସ କମିଶନରଙ୍କ କହିବା କଥା, ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ।

ସହିଦ ନଗର ଥାନାରେ ଖୋଦ୍‌ ଆଇଆଇସି, ଏସିପି ଓ ୨ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତିରେ ଅଭିଯୁକ୍ତମାନେ ପୋଲିସକୁ ଖୋଲା ଚାଲେଂଜ୍‌ ଦେଇଥିଲେ ।ହେଲେ ପୋଲିସ କିଛି ବି କରିପାରିଲାନି । ଯଦି ଖୋଦ୍‌ ରାଜଧାନୀର ଥାନାରେ ଏମିତି ଚିତ୍ର ତାହେଲେ ଆମେ ରାଜ୍ୟର ଅନ୍ୟ ଥାନା କଥା କ’ଣ କହିବା । ଠିକ୍‌ ଏତିକିବେଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଥାନାର ଏଏସଆଇ ମାଡ଼ ମାରୁଥିବା ଭିଜୁଆଲ୍‌ ଭାଇରାଲ୍‌ ହୋଇଛି । ପୂଜାମେଢ଼ ବିସର୍ଜନ ବେଳେ ମହିଳା ଜଣକ ନାଚିବାରୁ ପୋଲିସ ବାବୁ ଜଣକ ତାଙ୍କ ଉପରେ ଏମିତି ହାକିମାତି ଦେଖାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାପରେ, ୨ଦିନ ହେଲା ସଂପୃକ୍ତ ଏଏସ୍‌ଆଇ ଦ୍ରୋଣାଚାର୍ଯ୍ୟ ସାହୁ ଥାନାକୁ ଆସୁନାହାନ୍ତି । ମିଡିଆର ମୁହଁ ବନ୍ଦ କରିବାକୁ, ଥାନାଅଧିକାରୀ ଓ ସଂପୃକ୍ତ ପୋଲିସ୍‌ବାବୁ ସମସ୍ତ ଉଦ୍ୟମ କରି ମଧ୍ୟ ବିଫଳ ହେବାପରେ, ଏବେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ଶରଣ ପଶିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେବା ସହ,ଛୋଟ ଘଟଣା କହି ଛାଡ଼ିଦେବାକୁ କହୁଛନ୍ତି ବରିଷ୍ଠ ପୋଲିସ୍‌ ଅଧିକାରୀମାନେ । ଜଣେ ଆଦିବାସୀ ମହିଳାଙ୍କୁ ବିନା କୌଣସି ମାମଲାରେ ରାତିରେ ଥାନାକୁ ଆଣି ଅଭଦ୍ରଭାଷାରେ ଗାଳିଗୁଲଜ କରିବା ଓ ବିନାକାରଣରେ ନିସ୍ତୁକ ମାଡ ମାରିବା ଘଟଣା ପରେ ଜିଲ୍ଲାପୋଲିସ୍‌ ସଂପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଇଏ ହେଉଛି ଆମ ରାଜ୍ୟର ୨ଟି ଥାନାରେ ୨ଟି ଚିତ୍ର । କେଉଁଠି ଦୁର୍ବୃତ୍ତ ପୋଲିସ ଉପରେ ଆକ୍ରମଣ କରି ଖୋଲା ଚାଲେଂଜ୍‌ ଦେଇଛନ୍ତି ତ ଆଉ କୋଉଠି ଜଣେ ନୀରିହ ଆଦିବାସୀ ମହିଳାଙ୍କୁ ଥାନାରେ ମାଡ଼ମାରି ନିଜ ପୋଲିସିଗିରିର  ଭାଉ ଦେଖାଇଛନ୍ତି ଖୋଦ୍‌ ଥାନାବାବୁ । ଏସବୁ ଦେଖିଲେ ଆମ ମନରେ ଗୋଟି ପ୍ରଶ୍ନ ଆସୁଛି ଏଠି ଥାନାରେ କ’ଣ ଚାଲିଛି ? ଏସବୁ କିଛି ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳାକୁ ଦର୍ଶାଉନାହିଁ କି ? 

   Related Posts