କାବୁଲ ଏୟାରପୋର୍ଟ ବାହାରେ ଲଗାତାର ୨ଟି ବିସ୍ଫୋରଣ: ୪ ଆମେରିକୀୟ ସେନା ସମେତ ୧୫ ଜଣଙ୍କ ମୃତ୍ୟୁ, ସବୁ ଉଡାଣ ବାତିଲ

Published By : Prameya-News7 Bureau | August 26, 2021 IST

ନୂଆଦିଲ୍ଲୀ ୨୬/୦୮ : ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ଲଗାତାର ଦୁଇଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଗୋଟିଏ ବିସ୍ଫୋରଣ ହେବାର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ଦୁଇଟି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛି। ଫକ୍ସ ନ୍ୟୁଜ ଅନୁଯାୟୀ, ଏହି ହମଲା ଆତଙ୍କୀ ସଂଗଠନ ISIS କରିଛି।

wp:embed {"url":"https://twitter.com/ElectionWiz/status/1430895912318951425","type":"rich","providerNameSlug":"twitter","responsive":true}
https://twitter.com/ElectionWiz/status/1430895912318951425
/wp:embed

ଋଷ ମିଡ଼ିଆ ଅନୁଯାୟୀ, ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବିସ୍ଫୋରଣରେ ୪ ଆମେରିକୀୟ ସେନାର ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହମଲା କାବୁଲ ସ୍ଥିତ ବ୍ୟାରନ ହୋଟେଲ ନିକଟରେ ହୋଇଛି ଯେଉଁଠି ବ୍ରିଟେନ ସେନା ଓ ସାମ୍ବାଦିକ ଥିଲେ। ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ସବୁ ଉଡାଣ ବାତିଲ କରାଯାଇଛି। ସବୁ ବିମାନକୁ ନାଟୋ ସେନା ନିଜ ସୁରକ୍ଷା ଘେରରେ ରଖିଛି।

{"id":501804,"width":626,"height":473,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏୟାରପୋର୍ଟରେ ଲଗାତାର ଫାୟାରିଂ ହେଉଥିବା ସୂଚନା ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ଏଥିରେ ଅନେକ ଆଫଗାନିଙ୍କ ମୃତ୍ୟୁ ହୋଇଛି ଓ ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଛି।

wp:embed {"url":"https://twitter.com/TOLOnews/status/1430896961016659980","type":"rich","providerNameSlug":"twitter","responsive":true}
https://twitter.com/TOLOnews/status/1430896961016659980
/wp:embed

ବିସ୍ଫୋରଣ ପରେ କାବୁଲ ଏୟାରପୋର୍ଟରେ ଚାଞ୍ଚଲ୍ୟ ଖେଳିଯାଇଛି। ଇତି ମଧ୍ୟରେ ଆମେରିଆଙ୍କ, ଅଷ୍ଟ୍ରେଲିଆ ଓ ବ୍ରିଟେନ ଆଜି ହିଁ କାବୁଲ ଏୟାରପୋର୍ଟରେ ଆତଙ୍କ ହମଲା ସନ୍ଦେହରେ ନିଜ ନାଗରିକଙ୍କୁ କାବୁଲ ଏୟାରପୋର୍ଟ ନ ଯିବାକୁ କହିଥିଲେ ଏବଂ ଯେଉଁମାନେ ଏୟାରପୋର୍ଟ ବାହାରେ ଉପସ୍ଥିତ ଥିଲେ ସେମାନେ ତୁରନ୍ତ ସେଠାରୁ ହଟି ଯାଆନ୍ତୁ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.