Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ୩ରୁ ଯୁକ୍ତ ଦୁଇ ପରୀକ୍ଷା : କପି ରୋକିବା ପାଇଁ ୩ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା

29/02/2020 at 5:29 PM

ଭୁବନେଶ୍ବର ୨୯/୨: ଆସନ୍ତା ୩ରୁ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୧୪୩ ସେଣ୍ଟରରେ ପରୀକ୍ଷା ଦେବେ  ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାରେ ସହ ଶେଷ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଚୂଡାନ୍ତ । ଏବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଦକ୍ଷତା କୌଶଳରେ ପରୀକ୍ଷା ଦେବେ।  ମୋଟ୍ ୧୧୪୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସ୍ବଚ୍ଛତା ପାଇଁ ସବୁ କେନ୍ଦ୍ରରେ ଲାଗିଛି ସିସିଟିଭି ।୨୦୨ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି।  ପରୀକ୍ଷା ପରିଚାଳନା ହବକୁ ଥିଓରି ପ୍ରଶ୍ନପତ୍ର ପଠା ସରିଲାଣି । ମାର୍ଚ୍ଚ ୧୧ରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ।

କପି ରୋକିବା ପାଇଁ ୩ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା ହୋଇଛି । ସିଏଚଏସଇ ପକ୍ଷରୁ, ଜୋନାଲ କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାର୍ଡ଼ ପଠାଯିବ। ଏହା ଛଡା ପ୍ରଶ୍ନପତ୍ର ସହ ପରୀକ୍ଷା କେନ୍ଦ୍ରକୁ ଜଣେ ଅବଜରଭର ଯିବେ। ସେ ଦିନ ସାରା ପରୀକ୍ଷା କେନ୍ଦ୍ରରେ ରହିବେ। କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଅବଜରଭର ଯିବେ। ୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ। ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ୧୫ ମିନିଟ୍ ପୂର୍ବରୁ ପିଲାମାନେ ନିଜ ନିଜ ସିଟରେ ବସିବେ। ୧୦ଟା ପରେ ବଳକା ପ୍ରଶ୍ନପତ୍ର ସିଲ୍ ହେବ। ମୋବାଇଲ୍ ଏବଂ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ମନା

ପରୀକ୍ଷାର୍ଥୀ ମଝିରେ ପରୀକ୍ଷାର୍ଥୀ ହଲ ଛାଡ଼ିଲେ ପ୍ରଶ୍ନପତ୍ର ନେଇ ବାହାରକୁ ଯାଇ ପାରିବେ ନାହିଁ। ଛାତ୍ରଛାତ୍ରୀ କଳା ବଲ୍ ପଏଣ୍ଟ ପେନ୍ ବ୍ୟବହାର କରିବେ। ନିର୍ଦ୍ଧିଷ୍ଟ ସ୍ଥାନରେ ରୋଲ ନଂ ରେଜିଷ୍ଟର ନମ୍ଵର ଲେଖିବେପ୍ରଶ୍ନପତ୍ରରେ କିଛି ଲେଖିପାରିବେନି। ଉତ୍ତର ଖାତାର ବଳକା ଫର୍ଦ୍ଧରେ କ୍ରସ୍ ମାର୍କ କରିବାକୁ ସିଏଚଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts