ଫାଇନାନ୍ସ କମ୍ପାନୀକୁ ଠକିଲେ ୨ କର୍ମଚାରୀ; ୭ ଦିନରେ ଲୁଟିନେଲେ ୫୫ ଲକ୍ଷ ଟଙ୍କା

Published By : Prameya-News7 Bureau | December 01, 2022 IST

ଉଦଳା ୦୧/୧୨: ଦୁଇ କର୍ମଚାରୀ ମିଶି କମ୍ପାନୀକୁ ଚୁନ ଲଗାଇଲେ ୫୫ ଲକ୍ଷରୁ ଅଧିକ ଟଙ୍କା। ଲଗାଇଛନ୍ତି। ଏହି ଅଭିଯୋଗରେ ଦୁଇ ଚାରଶୋବିଶ କର୍ମଚାରୀଙ୍କୁ ଏବେ ପୋଲିସ ଗିରଫ କରିଛି। ଏପରି ଘଟଣା ଖୁଣ୍ଟା ଥାନା ଅଧୀନରେ ଦେଖିବାକୁ ମିଳିଛି। ଦୁଇ ଫାଇନାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନେ କମ୍ପାନୀର ଶାଖାମୁଖ୍ୟ, ଓ ଅତିରିକ୍ତ ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେହି ଦାୟିତ୍ୱରେ ଥାଇ ବାବୁମାନେ କମ୍ପାନୀକୁ ଚୂନ ଲଗାଇଥିଲେ ବୋଲି ଅଭିଯୋଗ ହୋଇଛି।

ଖବର ଅନୁସାରେ, ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଶାଖାମୁଖ୍ୟ ଦିପ୍ତୀରଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଶାଖା ମୁଖ୍ୟ ରାମକ୍ରିଷ୍ଣ ବାରିକ କମ୍ପାନୀ ଟଙ୍କାରୁ ୨୪ ଲକ୍ଷ ଟଙ୍କା, ୨୯ ଲକ୍ଷ ଟଙ୍କାର ୮୬୦ ଗ୍ରାମ ସୁନା ଅଳଙ୍କାର  ସହିତ ସୁଧ ଟଙ୍କା ଏଭଳି ୫୭ ଲକ୍ଷରୁ ଅଧିକ ଟଙ୍କା ଏହି ୨ କର୍ମଚାରୀ ଲୁଟି ନେଇଛନ୍ତି। ଏ ବିଷୟରେ ଅଡିଟବଳେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି। ଏହି ୨ କର୍ମଚାରୀଙ୍କ ବିରୋଧରେ କମ୍ପାନୀର ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଚାରଶୋବିଶ କର୍ମଚାରୀଙ୍କୁ ଗିରଫ କରିଛି।  ତେବେ ସେମାନେ ମାତ୍ର ୭ ଦିନ ମଧ୍ୟରେ ଟଙ୍କା ହରିଲୁଟ କରିଛନ୍ତି ବୋଲି ଆଞ୍ଚଳିକ ପରିଚାଳକ ଜଣାଇଛନ୍ତି। ଏତେ ଟଙ୍କା ଏହି ଦୁଇ ଚାରଶୋବିଶ କର୍ମଚାରୀ କଣ କଲେ ତାହା ଏବେ ପୋଲିସ ଖୋଳତାଡ଼ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.