ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଗାଧୋଇବାକୁ ଯାଇ ହୀରାକୁଦ ଡ୍ୟାମ୍‌ରେ ଭାସିଗଲେ ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ, ପୋଲିସ୍‌ର ସନ୍ଧାନ ଜାରି

7/08/2022 at 8:09 PM

ସମ୍ୱଲପୁର, ୦୭/୦୮: ହୀରାକୁଦ ଡ୍ୟାମ ଝାଙ୍କରାଣୀ ନିକଟରେ ୨ ଜଣ ଭାସିଯାଇଥିବା ଜଣାପଡ଼ିଛି । ଗାଧୋଇବାକୁ ଆସିଥିବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଅଛନ୍ତି । ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେବେ ନିଖୋଜ ଥିବା ୨ଜଣ ହେଲେ ମହେଶ ଚିତ୍ତୁରି ଓ ଅଭିଷେକ କୁମାର । ସେହିପରି ଅଳ୍ପକେ ବର୍ତ୍ତିଥିବା ବ୍ୟକ୍ତି ଜଣକ ଅବିନାଶ ବୋଲି ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ୪ଜଣ ବ୍ୟକ୍ତି ଗୋଟିଏ କାର୍ ଯୋଗେ ଗାଧୋଇବାକୁ ଆସିଥିଲେ । ୪ଜଣ ଗାଧୋଇବାକୁ ଯାଇଥିବାବେଳେ ଜଣେ ବାହାରି ଆସିବା ସହ ଅନ୍ୟଜଣେ ଅଳ୍ପକେ ବର୍ତ୍ତିଗଲେ । ହେଲେ ଆଉ ଦୁଇଜଣ ଭାସିଯାଇ ନିଖୋଜ ଅଛନ୍ତି । ସମସ୍ତେ ଏମସିଏଲର ମ୍ୟାନେଜର ରାଙ୍କର ଅଧିକାରୀ ବୋଲି ପୋଲିସ କହିଛି | ତେବେ ଅଗ୍ନିଶମ ବାହିନୀ ବର୍ତ୍ତମାନ ଅପରେସନ ଜାରି ରଖିଛି ।

   Related Posts