ଭୁବନେଶ୍ୱର ୦୨/୦୯: ପୁଣି ଗଲା ହାତୀ ଜୀବନ। ଚନ୍ଦକା ଗୋଡ଼ିବାରି ଅଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ଦେଢ଼ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ବଲାଙ୍ଗୀର ଅଂଚଳରୁ ଆସିଥିବା ହାତୀ ଛୁଆଟି ଅସୁସ୍ଥ ଥିବାରୁ ଗୋଠ ଛଡ଼ା ହୋଇଯାଇଥିଲା।
ବନବିଭାଗ ଏହାକୁ ଉଦ୍ଧାର କରିବା ସହ ଉଭୟ ଓୟୁଏଟି ଏବଂ ନନ୍ଦନକାନନର ବରିଷ୍ଠ ଡାକ୍ତରୀ ଟିମ୍ ଦ୍ଵାରା ଚିକିତ୍ସା ଚଳାଇଥିବା ବେଳେ ଗତକାଲି ହାତୀ ଛୁଆର ଜୀବନ ଯାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟ ମର୍ଟମ୍ ପରେ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ଚନ୍ଦକା ଡିଏଫଓ।
ସେହିଭଳି ବାରିପଦାରେ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଶିମିଳିପାଳ ସାଉଥ୍ ଡିଭିଜନର ଜେନବିଲ ଠାରେ ମିଳିଛି ମୃତଦେହ। ବର୍ଷକର ଅଣ୍ଡିରା ହାତୀ ଛୁଆର ମଳ ଦ୍ଵାରରେ ଏକ ବଡ ଘା ଦେଖିବାକୁ ମିଳିଛି । ସେହି ଘାର ବିଷାକ୍ତ ପ୍ରଭାବରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବାରସନ୍ଦେହ କରୁଛି ବନବିଭାଗ।