ବିପଦରେ ଦୁଇ ଗଜରାଜ, ଘଉଡ଼ାଇବାକୁ ମାରଣାସ୍ତ୍ର ଧରି ଆକ୍ରମଣ କରୁଛନ୍ତି ଲୋକେ

Published By : Prameya-News7 Bureau | October 12, 2022 IST

ରାଉରକେଲା, ୧୨/୧୦: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନ ରବଣାଇ ରେଞ୍ଜରେ ଚାଲିଛି ହାତୀ ଘଉଡ଼ା । ବର୍ଚ୍ଛା, ବାଟୁଲି, ପଥର ଆଦି ବ୍ୟବହାର କରି ହାତୀ ଘଉଡ଼ା ଯାଉଥିବାରୁ ହାତୀଙ୍କୁ କ୍ଷତି ପହଞ୍ଚିବାର ଆଶଙ୍କା କରାଯାଉଛି । ଗୋଠ ଛଡ଼ା ଦୁଇ ଦନ୍ତା ହାତୀ ଏବେ ଜନବସତୀ ମୁହାଁ ହୋଇଛନ୍ତି । ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ ଘର ଭାଙ୍ଗୁଛନ୍ତି । ଗୋଠ ଚଢା ଦୁଇ ହାତୀ, ଏବେ କୁଳି ପୋଷ ରେଞ୍ଜର ଶବରା, ମସିନ୍ଦା, ବଡ଼ଗାଁ ଅଂଚଳରେ ଉପଦ୍ରବ ଚଳାଇଛନ୍ତି ଦୁଇ ହାତୀ ।

ଲୋକେ ହାତୀକୁ ଘଉଡ଼ିବା ପାଇଁ ଯେଉଁ ବ୍ୟବସ୍ଥା ଆପଣେଇଛନ୍ତି ତାହା ଦୁଇ ହାତୀଙ୍କ ଜୀବନ ପ୍ରତି ବିପଦ ହୋଇପାରେ । କିଛି ଦିନ ତଳେ ହାତୀ ଘଉଡ଼ିବାକୁ ଯାଇ ୬ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଆଉ ଏବେ ହାତୀ ଘଉଡ଼ାଇବା ନେଇ ବନ କର୍ମଚାରୀ ଯିବାକୁ ନାରାଜ । ଲୋକେ ବର୍ଚ୍ଛା, ବାଟୁଳି ପଥର ମାରି ହାତୀ ଘଉଡ଼ାଉଥିବା ଦେଖିବାକୁ ମିଳିଛି । ହେଲେ ବନ ବିଭାଗ ଏ ଘଟଣାକୁ ନେଇ ଚୁପ ରହିଛି । ଯଦି ଦୁଇ ହାତୀଙ୍କ ଜୀବନ ଚାଲିଯାଏ ତେବେ ଉତ୍ତରଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.