ବୁଢାବଳଙ୍ଗରେ ବୁଡିଗଲେ ଦାଦା-ପୁତୁରା, ନଦୀକୁ ଗାଧୋଇବାକୁ ଯାଇ ଖସିଗଲା ଗୋଡ

Published By : Prameya-News7 Bureau | April 19, 2023 IST

ବାଲେଶ୍ୱର ୧୯/୦୪: ବାଲେଶ୍ୱର ବୁଢାବଳଙ୍ଗ ନଦୀରେ ବୁଡିଗଲେ ଦାଦା ପୁତୁରା । ବୁଢାବଳଙ୍ଗ ନଦୀରେ ବୁଢି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଥାଉକି, ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀର ବୁଡିଗଲେ ଦୁଇ ସମ୍ପର୍କୀୟ । ଗାଧୋଇବା ବେଳେ ନଦୀରେ ବୁଡି ଯାଇଥିଲେ ଏମାନେ । ରେମୁୁଣା ବ୍ଲକ ପତୁକା ଶାସନ ଗାଁ ଘାଟରେ ଗାଧୋଇବାକୁ ଯାଇଥିଲେ ଉଭୟ ଦାଦା ପୁତୁରା । ତେବେ ଗଧୋଇବା ବେଳେ ଅସାବଧାନତା କାରଣରୁ ଗୋଡ ଖସିଯାଇଥିଲା । ଯେୁଁଥିପାଇଁ ଉଭୟଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକରା ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.