ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଧାନବାଦ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଡାକ୍ତର ଦମ୍ପତି ସମେତ ୬ ମୃତ

28/01/2023 at 12:21 PM

ଝାରଖଣ୍ଡ 28/01: ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍‌ରା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ଶୁକ୍ରବାର ରାତିରେ  ହଠାତ୍ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ଅନ୍ୟ ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଡାକ୍ତର ବିକାଶ ହଜ୍‌ରା ଓ ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହଜ୍‌ରା ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ।

ସ୍ୱଚନାନୁସାରେ, ରାତିରେ ଡାକ୍ତର ବିକାଶ ହାଜରା ସହିତ ଅନ୍ୟମାନେ ନିଜ ନିଜ ରୁମରେ ଶୋଇଥିଲେ। ହଠାତ୍  ସର୍ଟସର୍କିଟ୍‌ ଯୋଗୁଁ କ୍ଲିନିକର ଦ୍ୱିତୀୟ ତାଲାରେ ନିଆଁ ଲାଗିଯାଇଥିଲା।  ଏହାପରେ, ନିଆଁ କ୍ରମଶଃ ପ୍ରଥମ ତାଲାକୁ ବ୍ୟାପିଥିଲା। ଘଟଣାଟି ରାତି 2 ଟାରେ ଘଟିଥିବାରୁ ନିଆଁ ଲିଭାଇବାର ବ୍ୟବସ୍ଥା ନଥିଲା। ତେଣୁ କୋଠରିରେ ଧୂଆଁ ଭରି ଯିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ୯ଜଣଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ସେମାନଙ୍କୁ ନିକଟରେ ଥିବା ପାଟଳିପୁତ୍ର ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ, ନିଆଁ ପ୍ରତିରୋଧ ନିମନ୍ତେ ଡାକ୍ତରଖାନାରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନ ଥିଲା। ‘ଆଣ୍ଟିଫାୟାର୍‌ ମେସିନ୍’ ବି ସକ୍ରିୟ କରାଯାଇ ନ ଥିଲା।

ଏହି ଘଟଣାକୁ ନେଇ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ଶୋରେ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ”ଧାନବାଦ ସ୍ଥିତ ହାଜରା ମେମୋରିଆଲ୍  ହସ୍ପିଟାଲରେ ଲାଗିଥିବା ନିଆଁ ଯୋଗୁ ପ୍ରସିଦ୍ଧ ଡାକ୍ତର ଦମ୍ପତିଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ଖବର ମନକୁ ବ୍ୟଥିତ କରିଛି।  ଭଗବାନ ସେମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଏହି ଦୁଃଖର ସମୟରେ ନିଜକୁ ସମ୍ଭାଳିବାକୁ ଭଗବାନ ସେମାନଙ୍କୁ ପରିବାକୁ ଶକ୍ତି ଦିଅନ୍ତୁ।”

   Related Posts