ମାନସିକ ବିକୃତ ବ୍ୟକ୍ତିର ଅତର୍କିତ ଆକ୍ରମଣରେ ୨ଜଣଙ୍କ ଜୀବନ ଗଲା, ୫ ଗୁରୁତର: ପୋଲିସ ଅବହେଳା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | January 17, 2019 IST

ନୟାଗଡ ୧୭|୧: ମାନସିକ ବିକୃତର ଆକ୍ରମଣରେ ଦୁଇ ମୃତ , ୫ ଜଣ ଗୁରୁତର । ଦୁଇ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର । ପାଗଳର ଆକ୍ରମଣରେ ପୋଲିସ ବି ବର୍ତ୍ତି ନାହିଁ । ନୟାଗଡ ଓଡଗାଁରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ଓ ଆହତଙ୍କୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ରୋକ କରିଥିଲେ । ତେବେ ପ୍ରଶାସନ କ୍ଷତିପୂରଣ ଦେବାକୁ ଘୋଷଣାପରେ ରାସ୍ତାରୋକ ହଟିଛି ।ମୃତକଙ୍କ ପରିବାରକୁ ୨ ଲକ୍ଷଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ….

{"id":75093}

ପାଗଳର ଉନ୍ମତ କାଣ୍ଡ । ଜଣେ ପାଗଳ ବ୍ୟକ୍ତିର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।ନୟାଗଡ ଓଡଗାଁ କୁଶଢିପି ଗାଁର ନିରଞ୍ଜନ ମଲ୍ଲିକ ନାମକ ମାନସିକ ବିକୃତ କିଛି ଦିନ ହେଲା ଓଡଗାଁରେ ବୁଲାବୁଲି କରୁଥିଲା । ଭୋର ପାଖାପାଖି ୫ଟା ବେଳେ ସ୍ଥାନୀୟ ଏକ  ନର୍ସିଂ ହୋମ୍‌ରେ ପଶି ସୁଲୋଚନା ପ୍ରଧାନ ନାମକ ଜଣେ ଜଣେ ଗର୍ଭବତୀ ଏବଂ ତାଙ୍କ ମା ମଦନୀ ପ୍ରଧାନଙ୍କୁ କାଠଫାଳିଅରେ ଅତର୍କିତ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମଦନୀଙ୍କ ମୃତ୍ୟୁ ହୋଇଥିବାବଳେ ଗୁରୁତର ସୁଲୋଚନାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

{"id":75094}

ଏହାପରେ ନିରଞ୍ଜନ ପରିବା ବଜାରର ରାତ୍ରୀ ଜଗୁଆଳି ଲୋଚନ ସେଠୀଙ୍କୁ ଆକ୍ରମଣ କରିଥିଲା। ଗୁରୁତ୍ତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ନିରଞ୍ଜନ ରଘୁନାଥ ମନ୍ଦିର ରାସ୍ତାକୁ ଆସି ଲୋକଙ୍କୁ ଆକ୍ରମଣ କରିଥିଲା । ଏଥିରେ ଅମୂଲି ବାରିକ ନାମକ ମହିଳା ଗୁରୁତର ମହିଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଓଡଗାଁ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ବି ସେହି ପାଗଳ ଆକ୍ରମଣରେ ଆହତ ହୋଇଛନ୍ତି । ଧାନଗଦା ଉପରେ ଲୁଚି ବସିଥିବା ନିରଞ୍ଜନକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସ କାବୁ କରିଛି । 

{"id":75095}

ଏଭଳି ଘଟଣା ପାଇଁ ସ୍ଥାନୀୟ ଲୋକ ପୋଲିସକୁ ଦାୟୀ କରିଛନ୍ତି । ରାତି ଗୋଟାଏ ବେଳେ ଲୋକେ ପାଗଳ ସଂପର୍କରେ ପୋଲିସକୁ ପ୍ରଥମେ ଖବର ଦେଇଥିଲେ । ଥାନାଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ । ହେଲେ ପାଗଳ ପୋଖରୀ ଭିତରେ ପଶିଯିବାରୁ ପୋଲିସ ସେଠାରୁ ପଳାଇଥିଲା । ପୋଲିସ ସେହି ସମୟରେ ତାକୁ କାବୁ କରିଥିଲେ ୨ ଜଣଙ୍କ ଜୀବନ ଯାଇନଥାନ୍ତା ବୋଲି ଲୋକେ କହିଛନ୍ତି ।

{"id":75096}

ସେପଟେ ପୋଲିସ କହିଛି ପାଟ୍ରୋଲିଂ ଭ୍ୟାନ୍ ରାତିରେ ନିରଞ୍ଜନକୁ ଖୋଜି ପାଇନଥିଲା । ନିରଞନ ପ୍ରକୃତରେ ମାନସିକ ବିକୃତ କି ନା ତଦନ୍ତ ଚାଲିଥିବା ପୋଲିସ କହିଛି ।

ଥାନାଅଧିକାରୀଙ୍କୁ ନିଳମ୍ବନ, ମୃତକଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ତେବେ ମୃତକଙ୍କ ପରିବାରକୁ ୪୬ ହଜାର ଟଙ୍କା ଓ ଆହତଙ୍କ ମାଗଣା ଚିକିତ୍ସା ଯୋଗାଇଦେବାକୁ ନୟାଗଡ ଉପଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.