ସିରିଜ ଦୁର୍ଘଟଣାରେ ୨ ମୃତ ଓ ଜଣେ ଗୁରୁତର, ଜଣଙ୍କୁ ଧକ୍କା ଦେଇ ଦୁଇଜଣଙ୍କ ଉପରେ ମାଡିଗଲା ଟ୍ରକ୍

Published By : Prameya-News7 Bureau | April 16, 2024 IST

କେନ୍ଦୁଝର ୧୬/୦୪: କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା । ଜଣକୁ ଧକ୍କା ଦେଇ ଟ୍ରକଟି ପଳାଇ ଯିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଆଉ ଦୁଇ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଆଉ ଜଣଙ୍କ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । 

କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ସିରିଜ ଟ୍ରକ ଧକାରେ ୨ ମୃତ, ଜଣେ ଗୁରୁତର । ପ୍ରଥମେ ଟ୍ରକଟି ଜଣଙ୍କୁ ଧକ୍କା ଦେଇ ପଳାଇ ଯିବାକୁ ଚେଷ୍ଟା କରିବା ସମୟରେ ଦୋକାନ ନିକଟରେ ମୋଟର ସାଇକେଲ୍ ରେ ଛିଡା ହୋଇଥିବା ଦୁଇ ଜଣଙ୍କ ଉପରେ ଭାରସାମ୍ୟ ହରାଇ ଟ୍ରକଟି ବାଇକକୁ ଧକ୍କା ଦେବାରୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । 

ସେହିପରି ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି । ମୃତକମାନେ ହେଲେ ହିନ୍ଦୋଳ ଥାନା ଅଞ୍ଚଳର ତାପସ ନାଏକ ଓ ଅନ୍ୟ ଜଣେ ରରୁଆଁ ଥାନା ଅଞ୍ଚଳର ଲାଲମୋହନ ବେହେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.