ସୁନ୍ଦରଗଡ ୩୧/୫: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ପିକ୍ଅପ୍ ଭ୍ୟାନ । ୨ ଜଣ ମହିଳାଙ୍କ ମୃତ୍ୟୁ,୭ଗୁରୁତର । ସୁନ୍ଦରଗଡ ହେମଗିରି ଥାନା ଓସ୍ତାଳି ଘାଟିରେ ଦୁର୍ଘଟଣା । ହେମଗିରି ଚନ୍ଦନ ନଗରରୁ ପିକ୍ଅପ୍ ଭ୍ୟାନରେ ୮ଜଣ ପୁରୁଷ ଓ ମହିଳା ଡୁଡୁକା ସ୍ଥିତ ବାଲାଜୀ କଂପାନୀର ସାଇଡକୁ କାମ ପାଇଁ ଯାଉଥିଲେ । ବାଟରେ ଓସ୍ତାଲି ଘାଟିଠାରେ ନିୟନ୍ତ୍ରଣ ହରାଇ ଗାଡିଟି ଓଲଟି ପଡିଥିଲା ।
ଘଟଣାସ୍ଥଳରେ ୨ ମହିଳା ଶ୍ରମିକ ଶେମବାଇ ଗଦ୍ଧର୍ବ ଓ ମୋତି ଗଦ୍ଧର୍ବଙ୍କର ମୃତ୍ୟୁ ଯାଇଛି । ଡ୍ରାଇଭର ସମେତ ୭ ଗୁରୁତରଙ୍କୁ ହେମଗିରି ଓ ସୁନ୍ଦରଗଡ ଡାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।
You Can Read:
ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ, ଏମିତି କହିଲା ୮ ବର୍ଷର ପୁଅ