କେନ୍ଦ୍ରାପଡ଼ା: ବଜ୍ରାଘାତରେ ଦୁଇ ଜଣକ ମୃତ୍ୟୁ। ଘଟଣା ଘଟିଛି ପାଟକୁରା ଗରଦପୁର ତଳକୁସୁମାରେ। ମୃତକଙ୍କ ପରିଚୟ ଆଶୁତୋଷ ଜେନା, ପୂର୍ଣ୍ଣଚନ୍ଦ୍ର ଛାଟୋଇ ବୋଲି ଜଣାପଡ଼ିଛି।
ସୂଚନାଥାଉକି, ମଙ୍ଗଳବାର ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଥିବା ଦେଖିବାକୁ ମିଳିଛି l ବଡ଼ବଡ଼ ଗଚ୍ଛ ଭାଙ୍ଗି ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି l ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଛି l