କଣ୍ଟାବାଞ୍ଜି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇପଡ଼ିଛନ୍ତି। ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁ ନିକଟରେ।
ସୂଚନା ଅନୁଯାୟୀ, ଛକ ନିକଟରେ ଉଭୟ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ଘଟଣାସ୍ଥଳରେ ଦୁଇ ଜଣକ ମୃତ୍ୟୁ ହୋଇଯାଇଥିଲା। ଏହା ସହ ଦୁର୍ଘଟଣାରେ ୩ ଗୁରୁତର ହୋଇପଡ଼ିଥିଲେ। ତେବେ ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କର ଚିକିତ୍ସା ଜାରି ରହିଛି।