ଅଧା ରହିଗଲା ଜଗା ଦର୍ଶନ: ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ୨ ମୃତ ୮ ଗୁରୁତର

Published By : Prameya-News7 Bureau | November 21, 2023 IST

ଯାଜପୁର ୨୧/୧୧: ପୁରୀ ଗଲାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ପଛ ପଟୁ ଅଟୋକୁ ଧକା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଦୁଇ ମୃତ, ୮ ଗୁରୁତର । ମୃତକ ହେଉଛନ୍ତି ବିଷମ କଟକ ଅଂଚଳର ୧୧ବର୍ଷ ବାଳକ ଶିବେନ୍ଦ୍ର ମହାପାତ୍ର ଓ ଭଦ୍ରକ ସିମୁଳିଆ ଅଞ୍ଚଳ ର ୨୦ ବର୍ଷୀୟ ବାଳିକା ପୂଜା ସାହୁ ।

ଗୁରୁତର ୮ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ଦଶଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟରେ ଭୋର ୪ଟା ସମୟ ରେ ପାଣିକୋଇଲି ନିକଟ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ପଛ ପଟୁ ଅଟଟିକୁ ଧକ୍କା ଦେଇଥିଲା ଟ୍ରକ୍ ।

wp:embed {"url":"https://www.prameyanews7.com/odisha-assembly-winter-session-start-from-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-assembly-winter-session-start-from-today/
/wp:embed

ଖବର ପାଇ ପ୍ରଥମେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୁଇ ମୃତ ଶରୀର କୁ ଜବଦ କରି ବ୍ୟବଛେଦ ପାଇଁ ଯାଜପୁର ମୂଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.