ମାଲକାନଗିରି - ମାଲକାନଗିରିରେ ଏମ୍ଭି ୩୩ରେ ଏକ ଗ୍ରାମ ସଭାରେ ଅନୈତିକ ସମ୍ପର୍କକୁ ନେଇ ହେଉଥିବା ଗ୍ରାମସଭାରେ ଅଭିଯୁକ୍ତ ବିଧାନ ମିର୍ଦ୍ଧା ଛୁରାମାଡ କରିବାରୁ ଘଟଣାସ୍ଥଳରେ ମାଧବୀ ରାୟ ଓ ବିଶ୍ୱଜିତ ରାୟଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି।
ଗୁରୁତରମାନଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଘଟଣାର ଛାନ୍ଭିନ୍ କରୁଛି । ଅଭିଯୁକ୍ତ ବିଧାନ ମିର୍ଦ୍ଧା ଫେରାର ହୋଇଯାଇଥିଲା ପରେ ସ୍ଥାନୀୟ ଲୋକ ତାକୁ ଧରି ପୁଲିସ ଜିମାରେ ଦେଇଛନ୍ତି। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।