ପିକ୍‌ଅପ୍ ଭ୍ୟାନ୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

Published By : Prameya-News7 Bureau | April 21, 2019 IST

ସାଲେପୁର ୨୧|୪: କଟକ ଚାନ୍ଦବାଲି ରାସ୍ତା ଖରାଖିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପିକଅପ ଭ୍ୟାନ୍ ସହ  ବାଇକର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି  ।   ମୃତକ ଜଣେ କଟକ ଜିଲ୍ଲା ମାହାଙ୍ଗା ପୋଡାମରାଇ ଗାଁର ନୃସିଂହ ରାଉତ ।  ଅନ୍ୟଜଣେ ହେଲେ ମାହାଙ୍ଗା  ବାରହିପୁର ଗାଁର ମହେନ୍ଦ୍ର ରାଉତ ।

{"id":105687}

ଉଭୟେ ବାଇକ୍ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ ପିକଅପଟି ଧକ୍କା ଦେବାରୁ ଘଟଣାସ୍ଥଳରେ ମହେନ୍ଦ୍ର ରାଉତଙ୍କ ମୃତ୍ୟୁ ହୋଇଥିଲା ବେଳେ  ସାଲେପୁର ମେଡ଼ିକାଲକୁ ଆଣିବା ବାଟରେ ନୃସିଂହ ରାଉତଙ୍କ ମୃତ୍ୟୁ  ହୋଇଥିଲା ।   ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.