ଖୋର୍ଦ୍ଧା ଟାଙ୍ଗୀ କୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ଜଣ ମୃତ, ୪ଜଣ ଗୁରୁତର
25/10/2018 at 10:56 AM

ଖୋର୍ଦ୍ଧା ୨୫|୧୦: ଖୋର୍ଦ୍ଧା ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଅଜଣା ଗାଡି ଧକ୍କାରେ ମାରୁତି ଭ୍ୟାନ୍ ଚୁରମାର୍ ହୋଇଯାଇଛି । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ଆହତମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ମୃତକ ଦୁହେଁ ଟାଂଗୀ ଥାନା ସାନ-ନଇରୀ ଗାଁର ଉଷା ବେହେରା ଏବଂ ବାଙ୍କୋଇ ପଲ୍ଲୀ ଗାଁର ବିନୀତ କୁମାର ବେହେରା । ଏକ ଓମିନ୍ କାରରେ ୬ ଜଣ ନିଜ ଗାଁକୁ ଫେରୁଥିଲେ । ସାନ ନଇରୀ ଗାଁରେ ଏକ ସଂପର୍କୀୟ ଝିଅକୁ ତାର ଶ୍ବଶୁର ଘରେ ଛାଡି ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।