ସେ।ର ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ; ୨ଜଣ ମୃତ, ଜଣେ ଆହତ

Published By : Prameya-News7 Bureau | October 16, 2018 IST

ବାଲେଶ୍ବର ୧୬|୧୦: ବାଲେଶ୍ବର ଜିଲ୍ଲା ସେ।ର ନିକଟ ୧୬ ନମ୍ବର ଜାତୀୟ ରାଜପଥ ଛଅପେ।ଲିଆଠାରେ ଦୁର୍ଘଟଣା ହୋଇଛି । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଡ୍ରାଇଭର ହେଲେ ଜଳେଶ୍ବରର ରତିକାନ୍ତ ଦାସ । ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଆହତ ଜଣକ ହେଲେ ରାଜସ୍ଥାନ ଜୟପୁରର ଅନୁରୀର ସେକ୍ ସଜାତ । ତାଙ୍କୁ ସ୍ଥାନୀୟ ସେ।ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.