ବସ୍ ଭିତରେ ପଶିଗଲା ଗ୍ୟାସ୍ ପାଇପ୍: ୨ଜଣଙ୍କ ମୃତ୍ୟୁ,୧୨ରୁ ଅଧିକ ଆହତ
2/12/2020 at 2:36 PM

ପାଲି ୨/୧୨: ଏକ ଘରୋଇ ବସ୍ ଭିତରେ ପାଇପ ପଶିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଗ୍ୟାସ୍ ପାଇପଲାଇନ୍ ବିଛାଯିବାର କାମ ଚାଲିଥିଲା। ହାଇଡ୍ରା ମେସିନରୁ ପାଇପ୍ ଉଠାଯାଇ ଖୋଳା ଯାଇଥିବା ଗାତରେ ପକା ଯାଉଥିବାବେଳେ ମେସିନର ବାଲାନ୍ସ ବିଗିଡ଼ି ଯାଇଥିଲା ଯାହା ଫଳରେ ରାସ୍ତାରେ ଯାଉଥିବା ଘରୋଇ ବସ୍ ଭିତରେ ପାଇପ୍ ପଶି ଯାଇଥିଲା। ଗ୍ୟାସର ପାଇପ ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ବାହାରି ଯାଇଥିଲା। ଏହି ଦୁର୍ଘଟଣାଟି ରାଜସ୍ଥାନର ପାଲି ଜିଲ୍ଲାରେ ଘଟିଛି।

ଏହି ଘଟଣା ପାଲି ଜିଲ୍ଲାର ସୁମେରପୁର ସାଣ୍ଡେରାଓ ପାଖରେ ନ୍ୟାସନାଲ୍ ହାଇଓ୍ବେ ୧୬୨ରେ ଘଟିଛି ଯେଉଁଠାରେ ମାରଓ୍ବାଡ଼ ଜଙ୍କସନରୁ ପୁଣେ ଯାଉଥିବା ଘରୋଇ ବସ୍ ବାହାରୁଥିଲା। ସେଠାରେ ରାସ୍ତା କଡ଼ରେ ଗ୍ୟାସ୍ କମ୍ପାନୀ,ଗ୍ୟାସର ପାଇପଲାଇନ୍ ବିଛାଇବାର କାମ ଦୀର୍ଘ ଦିନରୁ ହେଉଥିଲା।

ହଠାତ୍ ପାଇପର ଗୋଟିଏ ଭାଗ ଭିତରେ ପଶି ବସର ୨ପଟେ ଝରକା ପାର୍ଶ୍ବ ଭାଙ୍ଗି ପଛ ପଟେ ଚାଲି ଯାଇଥିଲା। ଘରୋଇ ବସଟି ପୂରା ସ୍ଲିପର କୋଚ୍ ଥିଲା। ଭିତରେ ଶୋଇଥିବା ଲୋକେ କ’ଣ ହୋଇଥିଲା କିଛି ବୁଝି ପାରିନଥିଲେ।
ଏମାନଙ୍କ ଚିତ୍କାର ଶୁଣି ବସରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ନିଜ ଗାଡ଼ି ଅଟକାଇ ବସରୁ ଆହତଙ୍କୁ ବାହାର କରିଥିଲେ। ନୈନା ଦେବୀଙ୍କ ମୁଣ୍ଡ କଟି ଶରୀରରୁ ଅଲଗା ହୋଇଯାଇଥିଲା ଯାହାକୁ ଅନେକ କଷ୍ଟରେ ଖୋଜା ଯାଇଥିଲା। ନୈନା ଦେବୀଙ୍କ ୪ମାସର ଜଣେ ଶିଶୁ ବସ୍ରେ ତାଙ୍କ ସହ ଥିଲା। ମା’ର ମୃତ୍ୟୁ ପରେ ସେ କାନ୍ଦି କାନ୍ଦି ମାଙ୍କୁ ଖୋଜୁଛି।

ଗାଡ଼ିରେ ଥିବା ଯାତ୍ରୀ ନିଜ ଜିନିଷ ଖୋଜିବାରେ ଲାଗିଥିଲେ। ଗୁରୁତରଙ୍କୁ ସାଣ୍ଡେରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶିଶୁ।
ଅନ୍ୟ ଜଣେ ମୃତକଙ୍କ ନାଁ ଭଁଓ୍ବର ଲାଲ ପ୍ରଜାପତ ଯିଏ ଇଟାଲୀର ବାସିନ୍ଦା। ସାଣ୍ଡେରାଓ ଥାନା ଅଧିକାରୀ ପୋଲିସ୍ ଟିମ୍ ସହ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁରୁତରଙ୍କୁ ବସ୍ରୁ ବାହାର କରି ସରକାରୀ ହସ୍ପିଟାଲକୁ ପହଞ୍ଚାଇଥିଲେ।
Related Posts
ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
29 January 2023