ଭୁଶୁଡିଲା ୪ ମହଲା କୋଠା : ୨ ମୃତ, କୋଠା ତଳେ ଅନେକ ଚାପିହୋଇ ରହିଥିବା ଆଶଙ୍କା

Published By : Prameya-News7 Bureau | August 24, 2019 IST

ମୁମ୍ବାଇ ୨୪|୮:  ମହାରାଷ୍ଟ୍ର ଭିଓ୍ବଣ୍ଡି ଶାନ୍ତି ନଗର ଅଞ୍ଚଳରେ ଥିବା ଏକ ୪ ମହଲା କୋଠା ଭୁଶୁଡି ପଡିଛି। କୋଠା ଭୁଶୁଡିବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

{"id":148082}

ସୂଚନାଯେଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କୋଠାରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ୨୨ ପରିବାର ବିଳମ୍ବିତ ରାତିରେ କୋଠା ଖାଲି କରିଦେଇଥିଲେ। ମାତ୍ର ଆଉ କିଛି ଜଣ କୋଠାରେ ରହିଯାଇଥିଲେ । ଫଳରେ ତାଙ୍କୁ ଆଣିବା ପାଇଁ ଯାଇଥିବା ବେଳେ ହଠାତ୍ କୋଠାଟି ଭୁଶୁଡି ପଡିଥିଲା ।

{"id":148083}

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହିତ ଦମକଳ ବାହିନୀ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭୁଶୁଡି ପଡିଥିବା କୋଠାଟି ୮ ବର୍ଷ ପୁରୁଣା ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.