ବେଆଇନ୍ ବାଣ କାରଖାନାରେ ବିସ୍ଫୋରଣ : ୨ମୃତ, ୮ ଆହତ
4/11/2020 at 10:20 AM

କୁଶୀନଗର ୪/୧୧: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଏବେ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କପ୍ତାନଗଞ୍ଜର ୧ ନମ୍ବର ଓ୍ବାର୍ଡ଼ ନିଷାଦ ନଗରରେ ବୁଧବାର ସକାଳେ ୭ଟାରେ ଏକ ଦୋକାନରେ ରଖାଯାଇଥିବା ବାଣ ବିସ୍ଫୋରିତ ହୋଇଥିଲା। ଏହି ଦୁର୍ଘଟଣାରେ ୮ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ କପ୍ତାନଗଞ୍ଜ ସିଏଚସିରେ ଚିକିତ୍ସା ପାଇଁ ପଠାଯାଇଛି।
କୁହାଯାଉଛି ଯେ ବିସ୍ଫୋରଣରେ କାନ୍ଥ ଭାଙ୍ଗି ଯାଇଛି। ଏହା ତଳେ ଅନେକ ଲୋକଙ୍କ ଚାପି ହେବାର ଆଶଙ୍କା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ମାମଲାର ତଦନ୍ତ କରାଯାଉଛି।