ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ଯାତ୍ରା କରୁଥିବା ୫ ଯବାନ ସହିଦ

Published By : Prameya-News7 Bureau | October 21, 2022 IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଉପ୍ପର ସିଆଙ୍ଗ ଜିଲ୍ଲାରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ୫ ଯବାନ ସହିଦ ହୋଇଛନ୍ତି। ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଯବାନଙ୍କର ମୃତଦେହ ପ୍ରଥମେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଥିଲା। ପରେ ହେଲିକପ୍ଟରରେ ବସିଥିବା ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ହାଲୁକା ହାଲ୍ ରୁଦ୍ର ହେଲିକପ୍ଟରରେ ଦୁଇ ପାଇଲଟ ସହିତ ମୋଟ ୫ ଯବାନ ସବାର ଥିଲେ। ଏହା ଏମିତି ଏକ ସ୍ଥାନରେ କ୍ରାସ୍ ହୋଇଛି ଯେଉଁଠି କୌଣସି ସଡ଼କ ସଂଯୋଗ ହୋଇନାହିଁ। ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି।  

ଗୌହାଟୀ ଡିଫେନ୍ସ ପିଆରଓ ଅନୁଯାୟୀ, ସେନା ହେଲିକପ୍ଟର ଟୁଟିଂ ଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ନିକଟରେ କ୍ରାସ୍ ହୋଇଛି । ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ଗମନାଗମନର ସୁବିଧା ମଧ୍ୟ ନାହିଁ । ଅବଶ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

wp:html /wp:html

ଏହି ହେଲିକପ୍ଟର ରାଜ୍ୟ ବାହାରୁ ଆସିଥିଲା । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ଯେହେତୁ କ୍ରାସ୍ ହୋଇଥିବା ସ୍ଥାନରେ କୌଣସି ସୁବିଧାଜନକ ଯୋଗାଯୋଗ ନାହିଁ ଏଥିପାଇଁ ସେଠାକୁ ଉଦ୍ଧାରକାରୀ ଦଳ ପଠାଯାଇଛି। ସେନା ସହିତ ମିଶି ସ୍ଥାନୀୟମାନେ ଲୋକମାନେ ମଧ୍ୟ ନିଖୋଜମାନଙ୍କୁ ଖୋଜା ଜାରି ରଖିଛନ୍ତି।  

ସୂଚନା ଥାଉକି ରୁଦ୍ର ଏକ ଯୁଦ୍ଧ ହେଲିକପ୍ଟର। ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍(ହାଲ୍) ଏହାର ନିର୍ମାଣ କରିଛି। ଏହା ଧ୍ରୁବ ଆଡଭାନ୍ସ ଲାଇଟ ହେଲିକପ୍ଟରର ଏମ୍‌କେ-ଆଇଭି ଭ୍ୟାରିଏଣ୍ଟର ଯୁଦ୍ଧପାଇଁ ସୁସଜ୍ଜିତ ହେଲିକପ୍ଟର (ଡବ୍ଲୁଏସ୍‌ଆଇ) ହେଲିକପ୍ଟର।

ହେଲିକପ୍ଟର କ୍ରାସ ଦୁର୍ଘଟଣାରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ଏନେଇ ସେ ଟ୍ୱିଟ୍‌ କରି ସହିତ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.