ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଇନୋଭାକୁ ଜୋରଦାର ଧକ୍କା ଦେଲା ବସ୍ : ୨ମୃତ ,୧୩ ଆହତ
2/11/2020 at 7:50 AM

ଆଠମଲ୍ଲିକ ୨/୧୧: ରାତି ଗୋଟାଏରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହେଇଥିବା ଏକ ଇନୋଭା ଗାଡିକୁ ସମ୍ବଲପୁରରୁ ଭଞ୍ଜନଗର ଯାଉଥିବା ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଇନୋଭାରୁ ଜଣେ ଓ ବସ ହେଲ୍ପରଙ୍କ ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଛି । ଏହା ସହିତ ୧୩ ଜଣ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାଟି ଘଟିଛି ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବୌଦ୍ଧ ଛକ ନିକଟରେ। ସେଥି ମଧ୍ୟରୁ ୩ଜଣ ଗୁରୁତରଙ୍କୁ ସମ୍ବଲପୁର ମେଡିକାଲକୁ ପଠାଯାଇଛି । ମୃତକ ଦୁଇ ଜଣଙ୍କର ପରିଚୟ ମିଳିପାରି ନାହଁ । ଖବର ପାଇ କିଆକଟା ପୋଲିସ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ମେଡିକାଲକୁ ପଠାଇବା ବ୍ୟବସ୍ଥା କରିଥିଲେ ।
