ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଚାଲିଥିବା କୋର୍ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଦୁଇ ଦିନ ଆଲୋଚନାରେ ସକରାତ୍ମକ ନିଷ୍କର୍ସ ବାହରିଥିବା ଜଣାପଡ଼ିଛି । ଗତ ଅଗଷ୍ଟ ୧୩ ଓ ୧୪ ତାରିଖରେ ପୂର୍ବ ଲଦାଖର ଭାରତୀୟ ସୀମାରେ ଥିବା ଚୁଶୁଲ-ମୋଲଡୋ ସୀମାରେ ୧୯ତମ ଦୁଇ ଦେଶ ମଧ୍ୟରେ ଅଧିକାରୀ ସ୍ତରୀୟ ମିଟିଂ ହୋଇଥିଲା । ଚୀନ୍ ସହ ସାମରିକ ଆଲୋଚନା ସମ୍ପର୍କରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖିଛି । ଏଥିରେ ଏଲଏସି ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ସକାରାତ୍ମକ, ଗଠନମୂଳକ ଆଲୋଚନା କରିଛନ୍ତି । ବାକି ଥିବା ସମସ୍ୟାଗୁଡ଼ିକୁ ଶୀଘ୍ର ସମାଧାନ କରିବା, କଥାବାର୍ତ୍ତାର ଗତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି ।
ଡେପସାଙ୍ଗ ଓ ଡେମଚୋକ ସମେତ ଅନ୍ୟାନ୍ୟ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଚୀନ୍ ଉପରେ ଚାପ ପକାଇଛି । ସେହିପରି ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଉଭୟ ପକ୍ଷର ଅଧିକାରୀ ଆଲୋଚନା କରିଥିଲେ। ଏହି ବୈଠକରେ ସାମଗ୍ରିକ ଉତ୍ତେଜନା ହ୍ରାସ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାଛଡ଼ା ବିବାଦୀୟ ସୀମାରେ ଭାରତୀୟ ସେନା ପାଟ୍ରୋଲିଂ ପାଇଁ ଡ୍ରାଗନର ପିଏଲଏ ଉପରେ ଭାରତ ଚାପ ପକାଇଥିଲା ।
wp:embed {"url":"https://www.prameyanews7.com/indian-army-wants-to-restore-patrolling-rights-in-talks-with-chinese-peoples-liberation-army/","type":"wp-embed","providerNameSlug":"prameya-news-7"} /wp:embedଆସନ୍ତା ସପ୍ତାହରେ ଦକ୍ଷିଣ-ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହି ବୈଠକର ଗୁରୁତ୍ବ ବଢିଯାଇଛି । କାରଣ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ। ଭାରତୀୟ ପକ୍ଷରୁ ଏହି ମିଟିଂରେ ୧୪ କୋର୍ କମାଣ୍ଡର ଲେଫ୍ଟଲାଣ୍ଟ ଜେନେରାଲ୍ ରଶ୍ମି ବାଲି ଏବଂ ସାଉଥ୍ ଜିନପିଙ୍ଗ ମିଲିଟାରୀ ଡିଷ୍ଟ୍ରିକ୍ଟ ଚିଫ୍ ଯୋଗ ଦେଇଥିଲେ ।