ସୋଆ ଡ଼ିମଡ଼୍ ଟୁ ବି ୟୁନିଭରସିଟିରେ ଦୁଇ ଦିନିଆ ଦ୍ବିତୀୟ ମାନବ ସମ୍ବଳ କନକ୍ଲେଭ୍ ଆରମ୍ଭ

Published By : Prameya-News7 Bureau | August 24, 2019 IST

ଭୁବନେଶ୍ୱର ୨୪।୮- ଶନିବାରରୁ ସୋଆ ଡ଼ିମଡ଼୍ ଟୁ ବି ୟୁନିଭରସିଟି ରେ ଦୁଇ ଦିନିଆ ଦିତୀୟ ମାନବ ସମ୍ବଳ କନକ୍ଲେଭ୍ ଆରମ୍ଭ ହେ।ଇଛି । ସୋଆ ଡ଼ିମଡ଼୍ ଟୁ ବି ୟୁନିଭରସିଟି ଏବଂ ଗ୍ଲେ।ବାଲ ଓାର୍କଫେ।ର୍ସ ମ୍ୟାନେଜମେଣ୍ଟର ମିଳିତ ଆନୁକୂଲ୍ୟରେ  ଏହି ମାନବ ସମ୍ବଳ କନକ୍ଲେଭ୍ ଆରମ୍ଭ ହେ।ଇଛି ।ଏଥିରେ ଯୋଗଦେଇଥିବା ବିଶେଷଜ୍ଞମାନେ ନୂଆ ଟେକନୋଲୋଜିକୁ ଆପଣେଇବା ଲାଗି ପରାମର୍ଶ ଦେଇଛନ୍ତି ।

{"id":148338}

ଦକ୍ଷତା ବୃଦ୍ଧି କରିବା, ବିକାଶ କୁ ତ୍ବରାନିତ କରିବା ଉଦେଶ୍ୟରେ ସୋଆଡ଼ିମଡ଼୍ ଟୁ ବି ୟୁନିଭରସିଟିରେ  ଦିତୀୟ ମାନବ ସମ୍ବଳ କନକ୍ଲେଭ୍ ଆରମ୍ଭ ହୋଇଛି  । ଏହା ଦୁଇ ଦିନ ଧରି ଚାଲିବ ।  ମାନବସମ୍ବଳ କନକ୍ଲେଭ୍ ରେ ଟାଟା, ସାମସଙ୍ଗ, ନୋକିଆ, ଭଲୋବୋ, ଇନଫରମାଟିକା, ଜେଏସଡ଼ବ୍ଲୁ, ଆଇକ୍ୟୁ ଭଳି କମ୍ପାନୀର ବରିଷ୍ଠ କର୍ମକର୍ତା ଏବଂ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ୍ ମାନେ ଯୋଗ ଦେଇଛନ୍ତି । ଏହାସହିତ  ଶିଳ୍ପ ଜଗତର ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଛନ୍ତି । 

{"id":148339}

ବିଟେକ୍ କରୁଥିବା ଛାତ୍ରଛାତ୍ରୀ ମାନେ କିପରି ଦକ୍ଷତା ବିକାଶ କରିବେ ସେନେଇ ପରାମର୍ଶ ଦେଇଥିଲେ  ।  ପାଠ୍ୟ ପୁସ୍ତକ ବ୍ୟତୀତ ଟେକନୋଲୋଜି ୱାଲର୍ଡ଼ରେ କଣ ସବୁ ଅପଡ଼େଟ୍ ହେଉଛି  ତାଉପରେ ନଜର ରଖିବାକୁ ଟିପ୍ସ ଦେଇଛନ୍ତି । କାର ନିର୍ମାତା ହେଉକି ମୋବାଇଲ ନିର୍ମାତା କମ୍ପାନୀ ସେମାନେ ମାର୍କେଟକୁ ଆଣୁଥିବା ଟେକନୋଲେଜି ଛଡ଼ା ଆଉ କଣ ଆଡ଼ଭାନ୍ସ ଟେକନୋଲୋଜିକୁ ଆପ୍ଲାଇ କି ପାରିବେ ସେନେଇ ଚିନ୍ତା କରିବାକୁ କହିଛନ୍ତି । ଏପରି ଦକ୍ଷତା ହାସଲ କଲେ ଜଣେ ବିଟେକ୍ ଗ୍ରାଜୁଏଟ୍କୁ କୌଣସି କମ୍ପାନୀ ଚାକିରି ଦେବା ପାଇଁ ଆଗେଇ ଆସିବ ବୋଲି ସମସ୍ତ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

{"id":148340}

ଗ୍ଲୋବାଲ ଓାର୍କଫୋର୍ସ ମ୍ୟାନେଜମେଣ୍ଟ ଏବେ ସୋଆଡ଼ିମ ଡ଼ିମଡ୍‌ ଟୁ ବି ୟୁନିଭରସିଟି କୁ ମଧ୍ୟ ବିଜନେସ୍ ପାର୍ଟନର କରିଛି । ଯୋଗ ଦେଇଥିବା ବହୁ ବିଶେଷଜ୍ଞଙ୍କ ମତରେ ଆଇଟିଆରରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ନୂଆ ଟେକନୋଲୋଜିକୁ ଆପଣେଇବା ସହିତ ସେ ଦିଗରେ ଜ୍ଞାନ ଅର୍ଜନ କରିଥାନ୍ତି ।

{"id":148341}

ରବିବାରରେ ଏମବିଏ ଏବଂ ଲ କଲେଜ୍ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.