ପ୍ରକାଶ ସିଂହ ବାଦଲଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ, ବୁଧବାର ଶେଷକୃତ୍ୟ

Published By : Prameya-News7 Bureau | April 26, 2023 IST

ପଞ୍ଜାବ ୨୬/୦୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ବୁଧବାର ଓ ଗୁରୁବାର ଏହି ଶୋକ ସମଗ୍ର ଦେଶରେ ପାଳନ କରାଯିବ । ଏହି ସମୟରେ ପ୍ରକାଶ ସିଂ ବାଦଲଙ୍କ ସମ୍ମାନର୍ଥେ ବିଭିନ୍ନ ପ୍ରତିଷ୍ଠାନରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ । ତଥା କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ ।

ସୂଚନା ଥାଉକି, ମୋହାଲିର ଏକ ଘରୋଇ ହସ୍ପିଟାଲରେ ଗତକାଲି ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ଛାତିରେ ଯନ୍ତ୍ରଣା ହେତୁ ସପ୍ତାହେ ତଳେ ସେ ମୋହାଲିର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ସୋମବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ରଖାଯାଇଥିଲା । ଶିରୋମଣି ଅକାଳୀ ଦଳ ନେତା ଥିଲେ ପ୍ରକାଶ ସିଂ ବାଦଲ । ୧୯୨୭ ଡିସେମ୍ବର ୮ରେ ଜନ୍ମଗ୍ରହଣ କରିଥିଲେ ।

ପଞ୍ଜାବରେ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୭୦, ୧୯୭୭, ୧୯୯୭, ୨୦୦୭ , ୨୦୧୨ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ପ୍ରକାଶ ସିଂ ବାଦଲ। ୨୦୧୫ରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ। ପ୍ରକାଶ ସିଂ ବାଦଲଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.