Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ପଞ୍ଚାୟତ ନିର୍ବାଚନ ହାରିବାର ପୁରସ୍କାର ନଗଦ ରାଶି ଓ ନୂଆ କାର, ଜାଣନ୍ତୁ କେଉଁଠି?

19/11/2022 at 2:58 PM

ରୋହତକ ୧୯।୧୧: ନିର୍ବାଚନ ହାରିଲେ ପୁରସ୍କାର! ବିଶ୍ୱାସ ନ ହେଲେବି ସତ୍ୟ । ହରିୟାଣା ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ଦେଖାଯାଇଛି। ଏଠାରେ ଅନୁଷ୍ଠିତ ସରପଞ୍ଚ ନିର୍ବାଚନରେ ପାରଜିତ ପ୍ରାର୍ଥୀଙ୍କୁ ନଗଦ ରାଶି ଓ ନୂଆ କାର ଦେଇ ପୁରସ୍କୃତ କରାଯାଇଛି। ଏହା ଛଡା ପରାଜିତ ପ୍ରାର୍ଥୀଙ୍କୁ ଭବ୍ୟ ଉତ୍ସବରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ମାମଲା ହରିୟାଣା ରୋହତକ ଜିଲ୍ଲାର ଚିଡି ଗାଁର। ପରାଜିତ ସରପଞ୍ଚ ପ୍ରାର୍ଥୀ ଧର୍ମ ପାଲଙ୍କୁ ନଗଦ ୨ କୋଟି ଟଙ୍କା ଓ କାର ସହ ସମ୍ମାନୀତ କରାଯାଇଛି।

ଗ୍ରାମବାସୀ ପରାଜିତ ପ୍ରାର୍ଥୀଙ୍କୁ ଫୁଲ ମାଳ ଓ ନୋଟରେ ତିଆରି ମାଳ ପିନ୍ଧାଇ ସମ୍ମାନୀତ କରିଛନ୍ତି। ତାଙ୍କୁ ୨ କୋଟି ୧୧ ଲକ୍ଷ ଟଙ୍କା ନଗଦ ଓ ଏକ ନୂଆ ଏସୟୁଭି ମଧ୍ୟ ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଦ୍ୱାରା ପରାଜିତ ପ୍ରାର୍ଥୀଙ୍କୁ ସମ୍ମାନୀତ କରାଯିବା ଦେଖି ଖାପ ପଞ୍ଚାୟତ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ ପୂର୍ବକ ସମ୍ମାନୀତ କରିବା ପାଇଁ ବିଚାର କରିଛି।

ଉଲ୍ଲେଖଯୋଗ୍ୟ ଯେ ଚିଡି ଗାଁବର ଧର୍ମପାଲ ନାମକ ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ହେବା ଲାଗି ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ନଭେମ୍ବର ୧୨ ତାରିଖରେ ହୋଇଥିବା ନିର୍ବାଚନରେ ସେ ମାତ୍ର ୬୬ଟି ଭୋଟରେ ନବୀନ ଦଲାଲଙ୍କଠାରୁ ହାରି ଯାଇଥିଲେ।  ପଞ୍ଚାୟତ ନିର୍ବାଚନରେ ପାରଜିତ ହେବା ପରେ ବି ଗ୍ରାମବାସୀ ଧର୍ମପାଲଙ୍କୁ ଢୋଲ ବଜାଇ ଫୁଲ ମାଳ ପିନ୍ଧାଇ ସମ୍ମାନୀତ କରିଥିଲେ ଯେପରି ବିଜୟୀ ପ୍ରାର୍ଥୀ। ଗ୍ରାମର ପ୍ରତି ଘରୁ ପରାଜିତ ସରପଞ୍ଚ ଲାଗି ଚାନ୍ଦା କରି ୨ କୋଟି ୧୧ ଲକ୍ଷ ଟଙ୍କା ଏକତ୍ର କରି ତାଙ୍କୁ ଦିଆଯିବା ସହ ଏକ ଏସୟୁଭି ମଧ୍ୟ ଉପହାର ଦିଆଯାଇଛି।

ପରାଜିତ ପ୍ରାର୍ଥୀଙ୍କୁ ସମ୍ମାନୀତ କରାଯିବା ପଛରେ ପଞ୍ଚାୟତବାସୀଙ୍କର ଏକ ମହତ ଉଦ୍ଦେଶ୍ୟ ମଧ୍ୟ ରହିଛି। ଯେପରି ଭାଇଚାରା ପ୍ରଭାବିତ ନ ହୁଏ ଓ ପରାଜିତ ପ୍ରାର୍ଥୀଙ୍କ ମନବଳ ନ କମେ ସେଥିଲାଗି ଏପରି ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ସମ୍ମାନୀତ ଧର୍ମପାଲ ନିଜକୁ ହାରି ଥିବାର ଭାବି ପାରୁନଥିବା କହିଛନ୍ତି। ସେହିପରି ବିଜେତା ପ୍ରାର୍ଥୀଙ୍କ ପ୍ରତି ତାଙ୍କ ମନରେ ମଧ୍ୟ କୌଣସି ଖରାପ ଭାବନା ନଥିବା କହିଛନ୍ତି। ସେ ପଞ୍ଚାୟତର ସମାନ ବିକାଶ ହେଉ ବୋଲି କହିଛନ୍ତି। ପଞ୍ଚାୟତବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ଦେଖି ମୁଁ ବହୁତ ଖୁସି ବୋଲି ଧର୍ମପାଲ କହିଛନ୍ତି।

ହରିୟାଣାରେ ଚଳିତ ଥର ୩ଟି ସ୍ତରରେ ପଞ୍ଚାୟତ ନିର୍ବାଚନ ହେଉଛି। ୨ ପର୍ଯ୍ୟାୟ ନିର୍ବାଚନ  ହୋଇସାରିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ରାଜ୍ୟର ୧୮ ଜିଲ୍ଲାରେ ନିର୍ବାଚନ ସରିଛି। ଆଉ ୪ଟି ଜିଲ୍ଲାରେ ନିର୍ବାଚନ ହେବାକୁ ରହିଛି। ପ୍ରାୟ ଗ୍ରାମରେ ସରପଞ୍ଚଙ୍କ ହାରଜିତ ନିଷ୍ପତ୍ତି ସ୍ୱଳ୍ପ ଭୋଟ ବ୍ୟବଧାନରେ ହେଉଛି। ତେବେ ଚିଡିଗାଁ ପରାଜିତ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରି ନୂଆ ପରମ୍ପରା ସୃଷ୍ଟି କରିଛି।

   Related Posts