୨ଟି ଟ୍ରକ୍କୁ ୨ କୋଟି ଟଙ୍କାର ଜରିମାନା କଲା ଅବକାରୀ ଓ ଜିଏସ୍ଟି ଟିମ୍, ଦେଇନଥିଲେ ଟ୍ୟାକ୍ସ
1/12/2022 at 5:37 PM

ବାରିପଦା, ୦୧/୧୦: ଟିକସ ଫାଙ୍କିବା ଅଭିଯୋଗରେ ୨ଟି ଟ୍ରକ୍କୁ ଦୁଇ କୋଟି ଟଙ୍କାର ଜରିମାନା କଲେ କେନ୍ଦ୍ର ଅବକାରୀ ଓ ଜିଏସ୍ଟି ଟିମ୍। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟଖା ଓ ପାନ ମସଲା ଆଦି ବୋଝେଇ କରି ଏହି ୨ ଟ୍ରକ ଯାଉଥିଲା। ବାରିପଦା କେନ୍ଦ୍ର ଅବକାରୀ ଓ ଜିଏସ୍ଟି ବିଭାଗର ଏକ ସତନ୍ତ୍ର ଟିମ ଉକ୍ତ ୨ ଟ୍ରକ୍ରୁ ଅଟକ ରଖିବା ସହ ଜରିମାନା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ୧୮ ନଂ ଜାତୀୟ ରାଜପଥର କୁଲିଅଣା ଟୋଲ ପ୍ଲାଜା ନିକଟରେ ଦୁଇଟି ଟ୍ରକକୁ ଜବତ କରାଯାଇଛି। ଟ୍ରକ୍ ଦୁଇଟିରେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ପେଟି ପାନ ମସଲା ଥିବା ବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ ବେଳେ କେନ୍ଦ୍ରୀୟ ଟିକସ ଦିଆଯାଇ ନଥିବା ଜଣାପଡିଥିଲା।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023