କୋଭିଡ୍ ଯୋଗୁଁ ୨ କୋଟି ଚୀନ ଯୁବକ ହେଲେଣି ବେରୋଜଗାର, ରିପୋର୍ଟରେ ଆସିଲା ତଥ୍ୟ
26/12/2022 at 6:01 PM

ନୂଆଦିଲ୍ଳୀ, ୨୬/୧୨: ଚୀନରେ କରୋନା ମହାମାରୀ କମ୍ ହେବାର ନାଁ ନେଉନାହିଁ। ମହାମାରୀ ଚୀନର ଅର୍ଥନୀତିକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରିଛି। ଫଳରେ ଚୀନରେ ଯୁବବର୍ଗ ଲଗାତାର ରୋଜଗାର ହରାଉଛନ୍ତି। ଏହାରି ମଧ୍ୟରେ ଏକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ଅନୁଯାୟର କରୋନା ମହାମାରୀର ନୂଆ ଭାରିଆଣ୍ଟ କାରଣରୁ ଚୀନରେ ଏବେ ଯୁବ ବେକାରୀ ହାର ବଢ଼ିଛି।
ଏକ ରିପୋର୍ଟ ଅନୁଯାୟୀ ୧୬ ରୁ ୨୪ ବର୍ଷ ମଧ୍ୟରେ ପ୍ରାୟ ୨ କୋଟି ଚୀନ୍ ନାଗରିକ ଏବେ ବେରୋଜଗାର ହୋଇପଡ଼ିଛନ୍ତି। ଏହା ବି ପୁଣି କେବଳ ସହର ଏବଂ ଏହାର ଆଖପାଖ ଅଞ୍ଚଳର ଅବସ୍ଥା। ଏଥିରେ ଗ୍ରାମାଞ୍ଚଳକୁ ସାମିଲ୍ କରାଯାଇନାହିଁ। ରିପୋର୍ଟ ଅନୁଯାୟୀ ପ୍ରାୟ ୫ ସକ୍ଷମ ଚୀନ ନାଗରିକଙ୍କ ମଧ୍ୟରୁ ଜଣେ କୋଭିଡ୍ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଏବଂ ଚାକିରି ହରାଉଛନ୍ତି ବୋଲି କୁହାଯାଇଛି।
କରୋନାର ନୂଆ ଭାରିଆଣ୍ଟ କାରଣରୁ ଦେଶକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। କାରଣ ଚୀନ୍ରେ କାମ କରୁଥିବା କମ୍ପାନୀମାନେ ଏମାନଙ୍କର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ନିକଟରେ ସାଓମି ମଧ୍ୟ ଏହାର କର୍ମଚାରୀଙ୍କ ଛଟେଇ କରିଛି। ମାର୍ଚ୍ଚରେ ୧୫.୩% ଏପ୍ରିଲରେ ୧୮.୨ %, ଜୁଲାଇରେ ୧୯.୯ % ପ୍ରତିଶତରେ ପହଞ୍ଚିଥିଲା ବେକାରୀ ରେକର୍ଡ। ଏହାପରେ ଅଗଷ୍ଟରେ କିଛି ମାତ୍ରାରେ ହ୍ରାସ ପାଇଁ ୧୮.୭ % ହୋଇଥିଲା। କିନ୍ତୁ ଦ ହଂକଂ ପୋଷ୍ଟ ଅନୁଯାୟୀ ଏବେ ବି ଉଚ୍ଚ ସ୍ତରରେ ରହିଛି।
ଚୀନରେ ଯୁବକଙ୍କ ମଧ୍ୟରେ ୪୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିମାନେ ସବୁଠୁ ବଡ଼ ରୋଜଗାର ସଙ୍କଟର ସାମ୍ନା କରୁଛନ୍ତି। ଆଉ ଏବେ ଏହି ବେରୋଜଗାରୀ ସ୍ଥିତି, କମ୍ୟୁନିଷ୍ଟ ପାର୍ଟୀ ପାଇଁ ବେରୋଜଗାରୀ ଏକ ମହତ୍ବପୂର୍ଣ୍ଣ ବାଧା ପାଲଟିଛି।