ମାଲକାନଗିରିରେ ଯବାନ ମାଓବାଦୀ ଗୁଳି ବିନିମୟ ବେଳେ ଯବାନଙ୍କ ଗୁଳିରେ ୨ ଗ୍ରାମବାସୀଙ୍କ ମୃତ୍ୟୁ

Published By : Prameya-News7 Bureau | November 09, 2018 IST

ମାଲକାନଗିରି ୯/୧୧ : ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲା ଆଲୁରକୋଟା ଜଙ୍ଗଲରେ ୫ ଜଣ ମାଓବାଦୀଙ୍କ ମୁଣ୍ଡ ଗଡାଇଥିବା ଏସ.ଓ.ଜି ବାହିନିକୁ ବେଶ ପ୍ରସଂଶା କରିଥିଲେ ପୋଲିସ ଡିଜି । ହେଲେ ମୃତ ୫ ଜଣଙ୍କ ମଧ୍ୟରୁ ୨ ଜଣ ସିନ୍ଦୁରପାଲ୍ଲି ଗାଁର ସାଧାରଣ ଲୋକ ହୋଇଥିବାରୁ ସେମାନଙ୍କ ଶବ ନେବା ଲାଗି ୬ ତାରିଖ ଦିନ ଏସ.ପି.ଙ୍କ କାର୍ଯ୍ୟାଲୟରେ ପହଞ୍ଚିଥିଲେ ପରିବାର ଲୋକେ । ନକ୍ସଲ ମାନେ ଗାଁ ପାଖରେ କ୍ୟାମ୍ପ କରିଥିବା ବେଳେ ଗାଁ ଲୋକଙ୍କୁ ପାଣି ଆଣିବା ଲାଗି କହିଥିଲେ । ଗାଁର ୭ ଜଣ ପାଣି ନେଇ ନକ୍ସଲ ଶିବିରକୁ ଯାଇଥିବା ବେଳେ ଗୁଳି ବିନିମୟ ହୋଇଥିଲା ୫ ଜଣ ଦୌଡି ପଳାଇ ଆସିଥିବା ବେଳେ ଗୋଟିଏ ପରିବାରର ୨ ଜଣ ଜବାନଙ୍କ ଗୁଳିର ଶିକାର ହୋଇଥିଲେ । ତେବେ ଘଟଣା ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର ନକରି ସେମାନଙ୍କୁ ନକ୍ସଲ ପରିଚୟ ଦେଇ ଶବକୁ ନେଇ ମାଲକାନଗିରି ଆସିଥିଲେ ଜବାନ । ଏନକାଣ୍ଟରରେ ଭାଗ୍ୟବତିଙ୍କ ସ୍ବାମି ପଦଲାମ ହନ୍ତାଳ ଓ ଦାଦା ଶ୍ୱଶୁର ସୁନ୍ଦରା ହନ୍ତାଳ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ଜବାନଙ୍କ ନାମରେ ଥାନାରେ ଏତଲା ଦେବା ଲାଗି ଚିତ୍ରକୋଣ୍ଡା ଥାନାକୁ ଯାଇଥିଲେ ମୃତ ପଦଲାମଙ୍କ ପରିବାର ଲୋକେ ହେଲେ ଥାନା ବାବୁ ନାହାନ୍ତି କହି ତାଙ୍କର ଅଭିଯୋଗ କେହି ରଖିନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.