ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବୈତରଣୀ ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ, ପଞ୍ଚୁପଲ୍ଲୀରେ ଶୋକ

8/06/2019 at 10:35 PM

ଆନନ୍ଦପୁର ୮।୬:  ବୈତରଣୀ ନଦୀର ପଞ୍ଚୁପଲ୍ଲୀ ଘାଟରେ ବୁଡି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ପଞ୍ଚୁପଲ୍ଲୀର ସଞ୍ଜୟ ପଟ୍ଟନାୟକଙ୍କ ପୁଅ ସମ୍ବିତ ପଟ୍ଟନାୟକ(୧୫) ଓ ବାବୁ ଜେନାଙ୍କ ଭଣଜା ରୁଦ୍ର ପ୍ରସାଦ । ଉଭୟ ଅପରାହ୍ନରେ ଖେଳିବାକୁ ଯାଉଛୁ କହି ଘରୁ ବାହାରି ଯାଇଥିଲେ। ତେବେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାକୁ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା।

ସମ୍ବିତ ଓ ରୁଦ୍ର ଖେଳିବାକୁ କହି ସିଧା ନଦୀକୂଳକୁ ଚାଲିଯାଇଥିଲେ। ସେମାନଙ୍କୁ ଖୋଜା ଖୋଜି କରିବା ବେଳେ ସେମାନେ ନଦୀ ଆଡକୁ ଯାଇଥିବା ଦେଖିଥିବା ଲୋକେ କହିବାପରେ ଘର ଲୋକେ ନଦୀକୂଳକୁ ଯାଇ ଖୋଜା ଖୋଜି କରିଥିଲେ। ସେଠାରେ ସେମାନଙ୍କ ପୋଷାକ ଓ ଚପଲ ମିଳିବାରୁ ଲୋକେ ନଦୀରେ ଖୋଜା ଖୋଜି କରିଥିଲେ। ଘଟଣା ନେଇ ଦମକଳ ବିଭାଗକୁ ସୂଚନା ଦିଆଯିବା ପରେ ଦମକଳ ବିଭାଗ କର୍ମଚାରୀ ନଦୀରେ ଖୋଜା ଖୋଜି କରିବା ବେଳେ ସେମାନଙ୍କ ମୃତ ଦେହ ମିଳିଛି। ୨ ନାବାଳକଙ୍କ ଏଭଳି ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠା ଯାଇଛି।

   Related Posts