ଶୈବ ପୀଠ ଦର୍ଶନ କରିବାକୁ ଯାଇ ଅଘଟଣ, ବଂଶଧାରାରେ ଭାସିଗଲେ ୨ ନାବାଳକ
28/08/2023 at 5:02 PM

ଗୁଣୁପୁର: ଚନ୍ଦ୍ରପୁର ମିନାଝୋଲା ଶୈବ ପୀଠ ବୁଲିବାକୁ ଯାଇଥିବା ବେଳେ ଅଘଟଣ। ବଂଶଧାରା ନଦୀ ପାଣି ସ୍ରୋତରେ ଭାସିଗଲେ ଦୁଇ ନାବାଳକ। ଦୁଇ ଜଣଙ୍କ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ ବୟସ ୯ ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ ବୟସ ୧୦ ହୋଇଥିବା ସୂଚନା। ଦୁଇ ଜଣଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରୀରାମପୁର ଗ୍ରାମ ବୋଲି ଜଣାପଡିଛି। ଚନ୍ଦ୍ରପୁର ଅଗ୍ନିଶମ ବାହିନୀ ଓ ଭାମିନିର ଦ୍ଵିତୀୟ ଆଇଆର୍ବିଏନ୍ କ୍ୟାମ୍ପ୍ର ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ସୁଚନା।
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023