ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ନାବାଳିକା ମୃତ
23/09/2018 at 2:29 PM

ବାଲେଶ୍ବର ୨୩|୯: ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ କାହାଳିଆ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ ଦୁଇ ଜଣ ଟ୍ୟୁସନରୁ ଫେରି ପୋଖରୀରେ ଗାଧୋଉଥିଲେ । ଗୋଡ ଖସିଯିବାରୁ ଉଭୟ ପୋଖରୀରେ ବୁଡି ଯାଇଥିଲେ । ମୃତକ ଦୁଇ ଜଣ ହେଲେ ବସନ୍ତ ବେହେରାଙ୍କ ଝିଅ ବନଶ୍ରୀ ବେହେରା ଓ କାହାଳିଆ ଗାଁର ପରମେଶ୍ବର ମହାରଣାଙ୍କ ଝିଅ ଜ୍ୟୋତିରେଖ। ମହାରଣା। ପ୍ରଥମେ ବନଶ୍ରୀ ବୁଡିଯାଉଥିବାବେଳେ ଜ୍ୟୋତିରେଖା ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାବେଳେ ସେ ମଧ୍ୟ ବୁଡିଯାଇଥିଲେ। ଟ୍ୟୁସନରୁ ଫେରି ୩ ଜଣ ସାଙ୍ଗ ପୋଖରୀରେ ଗାଧୋଉଥିଲେ । ଆଉ ଜଣେ ସାଙ୍ଗ ଦୌଡି ଆସି ଡାକପକାଇବାରୁ ଗାଁ ଲୋକେ ୨ ଜଣଙ୍କୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଏ ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।