ପିକ୍‌ନିକ୍ ହେଲା କାଳ: ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଜଣେ ନିଖୋଜ

Published By : Prameya-News7 Bureau | December 20, 2020 IST

ରାଉରକେଲା୨୦/୧୨: କୋଏଲ ନଦୀରେ ଗାଧୋଇବା ବେଳେ ଜଳ ସ୍ରୋତରେ ଭାସି ଯାଇଥିବା ୩ ଜଣ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ମୃତ ଛାତ୍ର ୨ ଜଣ ହେଲେ ରୂପେଶ ପ୍ରସାଦ ଏବଂ ସୁଜନ ଶର୍ମା ଏବଂ କୌଶିକ ନାମକ ଛାତ୍ରର ପତ୍ତା ମିଳି ପାରି ନାହିଁ।ମିଳିଥିବା ସୂଚନା ମୁତାବକ, ରାଉରକେଲାର ଦୀପିକା ସ୍କୁଲରେ ଏହି ୩ ଜଣ ଛାତ୍ର ପାଠ ପଢ଼ନ୍ତି।

{"id":380203,"sizeSlug":"large","linkDestination":"none"}

 ବଣ ଭୋଜି ପାଇଁ ୯ ଜଣ ସାଙ୍ଗ ଏକାଠି ଯାଇଥିଲେ। NIT ପଛ ଗେଟରେ ପିକନିକ କରିବା ସମୟରେ ୪ ଛାତ୍ର କୋଏଲ ନଦୀ ମିଟକୁନ୍ଦୁରି ଘାଟକୁ ଗାଧୋଇବାକୁ ଯାଇଥିଲେ । ଆଉ ଗାଧୋଇବା ସମୟରେ ବୁଡି୪ ଜଣ ସାଙ୍ଗ ବୁଡି ଯାଇଥିଲେ। ଜଣେ ପହଁରି ପହଁରି କୂଳକୁ ଆସିଥିବା ବେଳେ ୩ ନିଖୋଜ ହୋଇଗଲେ।  ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏମାନେ ସମସ୍ତେ ୧୦ ଶ୍ରେଣୀରେ ପାଠ ପଢ଼ନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.