ରାଜଧାନୀ ପରେ ସୋରରେ ଚାଞ୍ଚଲ୍ୟ, ଦୁଇ ଛାତ୍ରୀଙ୍କୁ ଟେକିନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ

Published By : Prameya-News7 Bureau | January 20, 2023 IST

ସୋରୋ ୨୦/୦୧: ସୋରୋରେ ରାଜଧାନୀ ଘଟଣାର ରିଟର୍ଣ୍ଣସ । ଦୁଇ ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମନାକୁ ଆସିଛି । ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏହାସହ ଦୁଇଦିନ ଧରି ଏକ ଲଜରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଦୁଇଦିନ ପରେ ଦୁଇ ନାବାଳିକା ଘରକୁ ଫେରି ସୋର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଦୁର୍ବୃତ୍ତମାନେ ସେମାନଙ୍କୁ ନିଶା ଦେଇ ଲଜରେ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ।

ଅଭିଯୋଗ ଅନୁଯାୟୀ, ଦୁଇ ନାବାଳିକା ଛାତ୍ରୀ ମଙ୍ଗଳବାର ସାଙ୍ଗ ହୋଇ ସ୍କୁଲ ଯାଉଥିବାବେଳେ ଦୁଇ ଜଣ ଯୁବକ ଏକ ବୋଲେରୋରେ ଆସି ସେମାନଙ୍କୁ ଅଟକାଇଥିଲେ । ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ରାସ୍ତା କେଉଁଆଡ଼େ ବୋଲି ପଚାରିଥିଲେ। ନାବାଳିକା ଦୁଇ ଜଣ ସାଇକେଲରୁ ଓହ୍ଲାଇ ସେମାନଙ୍କୁ ବାଟ କହିବା ସମୟରେସମ୍ପୃକ୍ତ ଦୁର୍ବୃତ୍ତମାନେ ସେମାନଙ୍କୁ ଗାଡ଼ି ଭିତରକୁ ଉଠାଇ ନେଇଥିଲେ। ପରେ ସୋର ଅଞ୍ଚଳର ଏକ ଲଜରେ ରଖି ନିଶା ଦୁଇ ଦିନ ପରେ ଘରକୁ ଫେରିଲେ ନାବାଳିକା କଥା ଦେଇ ବାରମ୍ବାର ବଳାତ୍କାର କରିଥିଲେ।

ଅନ୍ୟପକ୍ଷରେ ଦୁଇ ନାବାଳିକା ମଙ୍ଗଳବାର ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ସେମାନଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସିଠାରେ ନପାଇବାରୁ ଉଭୟଙ୍କ ମା ଏନେଇ ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେମାନେ ଦର୍ଶାଇଥିଲେ ଯେ ସେମାନଙ୍କ ଝିଅ ସ୍କୁଲ ଯିବାବେଳେ ସୁନା ଓ ରୁପା ଅଳଙ୍କାର ପିନ୍ଧି ଯାଇଥିଲେ । ତେଣୁ କେହି ଦୁର୍ବୃତ୍ତ ପ୍ରଲୋଭିତ କରି ସେମାନଙ୍କୁ ନେଇଯାଇଛି । ଉଭୟ ନାବାଳିକାଙ୍କ ଘରକୁ ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର କଲ ଆସିଥୁଲା । କଲ୍ କରିଥିବା ବ୍ୟକ୍ତି କହିଥିଲେ ତୁମ ଝିଅ ତା ସାଙ୍ଗ ଘରେ ଅଛି । ପୂଜା ସରିଲା ପରେ ସେ ଘରକୁ ଫେରିବ। କିନ୍ତୁ ଏବେ ଦୁଇ ନାବାଳିକା ଘରକୁ ଫେରିବା ପରେ ସେମାନଙ୍କୁ ବଳାତ୍କାର କରାଯାଇଥିବା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତେଣୁ ପୁଲିସ ଉଭୟଙ୍କ ଠାରୁ ସମସ୍ତ କଥା ବୁଝିବା ସହ ଘଟଣାର ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.