ମାଲିକଠୁ କରୋନା ସଂକ୍ରମିତ ହେଲେ ୨ ପୋଷା ବିଲେଇ, ଅଧିକ ଅନୁଧ୍ୟାନ କରୁଛନ୍ତି ଗବେଷକ
24/09/2020 at 9:58 PM

ଲଣ୍ଡନ, ୨୪ ।୦୯: ମନୁଷ୍ୟଠାରୁ ବିଲେଇ କରୋନା ଭାଇରସ ସଂକ୍ରମଣ ହେଉଛି । ବ୍ରିଟେନରେ ଏହାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ତେବେ ଗବେଷକମାନେ ଏହା ଉପରେ ଧ୍ୟାନ ଦେବା ସହ ଅଧିକ ପରୀକ୍ଷାନିରୀକ୍ଷା ଆରମ୍ଭ କରିଦେଇଛନ୍ତି ।
ତେବେ ଗୃହପାଳିତ ବିଲେଇଙ୍କଠାରୁ କରୋନା ବ୍ୟାପିବାର ସମ୍ଭାବନା ନାହିଁ । ପୂର୍ବରୁ ଏପରି କେଉଁଠି ହେଲେ ଦେଖିବାକୁ ମିଳିନାହିଁ । ଗ୍ଲାସଗୋ ୟୁନିଭର୍ସିଟିର କହିବାନୁସାରେ, କରୋନା ସଂକ୍ରମିତ ଦୁଇ ବିଲେଇଙ୍କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି । ସେମାନଙ୍କଠାରେ କରୋନାର ସାମାନ୍ୟ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ୪ ମାସର ବିଲେଇଠାରେ ଲକ୍ଷଣ ଅଧିକ ରହିଥିଲା ।
ତେବେ ବ୍ରୋନକ୍ସ ଚିଡିଆଖାନାର ଏକ ବାଘ, କିଛି ପୋଷା କୁକୁର ଓ ଅନ୍ୟ ପଶୁଙ୍କଠାରେ କରୋନା ଭୂତାଣୁ ମିଳିଥିଲା । ତେବେ ବିଲେଇକୁ ପରିବାର ଲୋକଙ୍କଠାରୁ ଭାଇରସ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ନଜର ରଖାଯାଉଛି ।
ପଶୁଙ୍କଠାରୁ ମନୁଷ୍ୟକୁ କରୋନା ସଂକ୍ରମଣର ଆଶଙ୍କା କମ୍ ଥିବା ପୂର୍ବରୁ ଅନେକ ଅଧ୍ୟୟନରେ ଜଣାପଡିଛି । ଏହି ଭାଇରସ ମନୁଷ୍ୟଠାରୁ ମନୁଷ୍ୟକୁ ବ୍ୟାପିଥାଏ । ତେବେ ପଶୁମାନେ ସଂକ୍ରମିତ ହେବେ ଗବେଷଣାର ବିଷୟ ବୋଲି ଗବେଷକମାନେ କହିଛନ୍ତି ।