ଥାନା ନିକଟରେ ବସ୍ଷ୍ଟାଣ୍ଡରେ ଯୁବତୀଙ୍କ ସହ ଅମାନୁଷିକ କାଣ୍ଡ : ଗଣଦୁଷ୍କର୍ମ କଲେ ୨ବସ୍ ଡ୍ରାଇଭର
4/09/2020 at 12:30 PM

ଅଯୋଧ୍ୟା ୪/୯: ୨ଜଣ ପ୍ରାଇଭେଟ୍ ବସ୍ ଚାଳକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଅଯୋଧ୍ୟାରେ ପୋଲିସ୍ ଥାନା ପାଖରେ ଥିବା ଫୈଜାବାଦ ରୋଡଓ୍ବେ ବସଷ୍ଟାଣ୍ଡରେ ଯୁବତୀଙ୍କ ସହ ଏହି ନାରକୀୟ କାଣ୍ଡ ଘଟିଛି।
ବସ୍ ଷ୍ଟାଣ୍ଡରେ ଥିବା ପ୍ରତ୍ୟେକ୍ଷଦର୍ଶୀ ଯାତ୍ରୀଙ୍କ ସୂଚନା ପାଇ ଥାନାର ଦୁଇ ଜଣ କର୍ମଚାରୀ ୨ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପୀଡ଼ିତା ହାଇଦରଗଞ୍ଜର ବାସିନ୍ଦା।
କୁହାଯାଇଛି ଯେ ସେ ଲୁଧିଆନା ଯିବା ପାଇଁ ଏଠାରେ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ। ସେତିକିବେଳେ ସେ ଜଣେ ଅଜଣା ଯୁବକକୁ ମୋବାଇଲ୍ ରିଚାର୍ଜ କରିଦେବାକୁ କହିଥିଲେ। ଏହା ପରେ ପ୍ରାଇଭେଟ୍ ବସର ଚାଳକ ଲବକୁଶ ବିଶ୍ବକର୍ମା ଯୁବତୀଙ୍କ ମୋବାଇଲ ଚାର୍ଜ କରିବା ପାଇଁ ବସ୍ ଭିତରକୁ ଡାକିଥିଲା। ଏହି ସମୟରେ ଆଉ ଜଣେ ବସ୍ ଚାଳକ ମୁନ୍ନା ଯାଦବ ସେଠାରେ ପହଞ୍ଚିଥିଲା। ୨ଜଣ ମିଶି ବସ୍ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।