କରୋନାରେ ପ୍ରାଣ ହରାଇଲେ ୨ ବିଏସଏଫ୍ ଯବାନ୍

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮/୦୫ : କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ୨ ବିଏସଏଫ ଯବାନ ପ୍ରାଣ ହରାଇଛନ୍ତି | ଗତକାଲି ୪୧ ଜଣ ବିଏସଏଫ ଯବାନ ସଂକ୍ରମଣର ଶିକାର ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି | କରୋନା ଯୋଗୁଁ ପ୍ରାଣ ହରାଇଥିବା ବିଏସଏଫ ଯବାନଙ୍କ ଏହା ପ୍ରଥମ ମାମଲା | ଏହା ପୂର୍ବରୁ ପାରା ମିଲିଟାରୀ ଫୋର୍ସର ୫୫ ବର୍ଷ ବୟସ୍କ ସବ-ଇନ୍ସପେକ୍ଟର ପ୍ରାଣ ହରାଇଥିଲେ | ଏବେ ସୁଦ୍ଧା ବିଏସଏଫର ୧୯୫ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୧୯୩ ଆକ୍ଟିଭ ମାମଲା | ପ୍ରାଣ ହରାଇଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିଲେ | ସେ ନିଜ ଚିକିତ୍ସା ପାଇଁ ସୁପର ସ୍ପେସିଆଲିଟି ହସ୍ପିଟାଲ ଯାଇଥିଲେ ଯେଉଁଠାରୁ କରୋନା ସଂକ୍ରମଣର ଶିକାର ହୋଇଥିଲେ | ଆଉ ଜଣେ ଯବାନ ମେ ୪ ତାରିଖରେ ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି | ସେ ମେ ୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ମେ ୪ ତାରିଖରେ ତାଙ୍କୁ ସାଧାରଣ ୱାର୍ଡରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା | ତାଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ସମୟରେ କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା | 

ବୁଧବାର ଦିନ ବିଏସଏଫର ୮୫ ଯବାନ କରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା | ଏମାନଙ୍କ ମଧ୍ୟରୁ ଅଧିକାଂଶ ଯବାନ ଦିଲ୍ଲୀ, ତ୍ରିପୁରା ଓ କୋଲକାତାରେ ନିୟୋଜିତ ଥିଲେ | ମଙ୍ଗଳବାର ଦିନ ବିଏସଏଫର ୬୯ ଯବାନ କରୋନା ସଂକ୍ରମଣ ଥିବା ଜଣାପଡିଥିଲା | ଏହି ଯବାନମାନେ କରୋନା ସ୍ଥିତି ମଧ୍ୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦାୟିତ୍ୱରେ ନିୟୋଜିତ ଥିବା ସମୟରେ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.