ନାବାଳିକାଙ୍କୁ ଦୁଷ୍କର୍ମ କରି ଜୀଅନ୍ତା ଜାଳିଦେଇଥିଲେ, ୨ ଯୌନ ରାକ୍ଷସଙ୍କୁ ମୃତ୍ୟୁଦଣ୍ଡ

Published By : Prameya-News7 Bureau | May 20, 2024 IST

ରାଜସ୍ଥାନ ୨୦/୫: ନାବାଳିକାଙ୍କୁ ଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେଇଥିବା ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ । ରାଜସ୍ଥାନର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ କୋଇଲା ନିଆଁରେ ଜାଳି ଦେବା ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ରାଜସ୍ଥାନ ଭିଲୱାରାର ଏକ ସ୍ବତନ୍ତ୍ର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ମାମଲାର ଶୁଣାଣି କରି ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ।

 ଗତ ବର୍ଷ ଅଗଷ୍ଟ ୩ ତାରିଖରେ ନାବାଳିକା ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିଲେ । ଏକୁଟିଆର ସୁଯୋଗ ନେଇ କାଲେବ୍ଲିଆ ଜନଜାତିର ୨ ଭାଇ କାଲୁ ଓ କାହ୍ନା ନାବାଳିକାଙ୍କୁ ଦୁଷ୍କର୍ମ କରି କୋଇଲା ଆଞ୍ଚରେ ଜିଅନ୍ତା ଜାଳିଦେଇଥିଲେ । ତଦନ୍ତ ପରେ ପୋଲିସ କାଲୁ ଓ କାହ୍ନାକୁ ଗିରଫ କରିଥିଲା । 

କୋର୍ଟରେ ମାମଲା ଚାଲିଥିବାବେଳେ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ ।ସୋମବାର ମାମଲାର ଶୁଣାଣି କରି ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ରାଜସ୍ଥାନ ଭିଲୱାରର ସ୍ବତନ୍ତ୍ର କୋର୍ଟ । ତେବେ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ ହୋଇଥିବା ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.